ପୋଖରୀପୁଟରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ କେୟାର ସେଣ୍ଟର୍‌, ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଅନୁଦାନ

ଭୁବନେଶ୍ବର: ପୋଖରୀପୁଟରେ ବିଏମ୍‌ସି ପକ୍ଷରୁ ‌ଏକ କୋଭିଡ୍‌ କେୟାର ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଛି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ବିଧାୟକ ପାଣ୍ଠିରୁ ଏଥି ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ପୋଖରୀପୁଟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ଅର୍ବାନ୍ ହଷ୍ଟେଲ୍‌ରେ ଖୋଲିଥିବା ଏହି କେନ୍ଦ୍ରରେ ୫୦ଟି ଶଯ୍ୟାର ବନ୍ଦୋବସ୍ତ କରାଯାଇଛି। ଏଠାରେ ସ୍ବତନ୍ତ୍ର ଭ୍ୟାନ୍, ଆମ୍ବୁଲାନ୍ସ ଓ କର୍ମଚାରୀଙ୍କୁ ନି‌ୟୋଜିତ କରାଯାଇଛି। କମ୍ ଲକ୍ଷଣ ଥିବା କିମ୍ବା ଲକ୍ଷଣ ନ ଥିବା କରୋନା ରୋଗୀଙ୍କୁ ଏଠାରେ ରଖାଯିବ। ଆଜି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପୂର୍ବରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଏମ୍‌ସି ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବିଏମ୍‌ସିର ଅଧିକାରୀମାନେ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର