ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଛି। ମାର୍ଚ ୧୫ତାରିଖରେ ରାଜଧାନୀରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୪୧ ଦିନ ପରେ ରାଜଧାନୀରେ ଏହା ୩ ହଜାର ପାର୍ କରିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୮୯ ପଜିଟିଭ୍ ଚିହ୍ନଟ ହୋଇଥିବା ସହ ୧୦୭ଜଣ ସୁସ୍ଥ ହୋଇଛନ୍ତି। ଜୁଲାଇଠାରୁ ରାଜଧାନୀରେ ଦ୍ରୁତ ଗତିରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ଆରମ୍ଭରୁ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ ଥିବା ବେଳେ ଏବେ ତାହା ୩୦୬୮ରେ ପହଞ୍ଚି ସାରିଲାଣି। ହସ୍ପିଟାଲ, ବସ୍ତି ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ଚିହ୍ନଟ ୮୯ ଆକ୍ରାନ୍ତଙ୍କ ମଧ୍ୟରେ ୬୫ଜଣ ସଙ୍ଗରୋଧରୁ ଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଇଗିଣିଆ ଆଳୁଗଦି ଲିଙ୍କ୍ରେ ଆଉ ୧୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରିଜର୍ଭ ପୁଲିସ କଲୋନିରୁ ୭ଜଣ ଓ ଗୌତମନଗର ବସ୍ତିରୁ ୫ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ବିଶ୍ବେଶ୍ବର ବସ୍ତି, ଚନ୍ଦ୍ରଶେଖରପୁର ଶ୍ରମିକ ବସ୍ତିରୁ ମଧ୍ୟ ଆକ୍ରାନ୍ତ ବାହାରିଛନ୍ତି। ସେହିପରି ୨୪ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଭରତପୁର ଲେବର ବସ୍ତି, ୟୁନିଟ୍-୬ ରାଧାକୃଷ୍ଣ ବସ୍ତିରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ନାହିଁ। ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬୮ରେ ପହଞ୍ଚିଛି। ୧୭୯୮ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୨୫୦ ସକ୍ରିୟ କରୋନା ରୋଗୀ ରହିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ରାଜଧାନୀରେ ରୋଗୀଙ୍କ ସୁସ୍ଥ ହାର ୫୮ ପ୍ରତିଶତ ରହିଛି।
୩ ହଜାର ଟପିଲା ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଦିନକରେ ୮୯ ପଜିଟିଭ୍, ୧୦୭ ସୁସ୍ଥ
/sambad/media/post_attachments/wp-content/uploads/2020/07/covid-j.jpg)