ଭୁବନେଶ୍ୱର : ରାଜଧାନୀରେ ଆଜି ଦୈନିକ ସଂକ୍ରମଣ ୨ଶହ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮,୬୧୯କୁ ବୃଦ୍ଧି ପାଇଛି। ତେବେ ଗତ କିଛି ଦିନ ହେବ ସଂକ୍ରମଣ ୨ଶହ ଉପରେ ରହୁଥିବା ବେଳେ ଆଜି ଏଥିରେ ହ୍ରାସ ଦେଖିବାକୁ ମିଳିଛି।

Advertisment

୧୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨ଲୋକାଲ କଣ୍ଟାକ୍ଟସ୍‌ ଓ ୪୭ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ଗଣ୍ଡମୁଣ୍ଡା, ଭୀମଟାଙ୍ଗୀ, ଝାରପଡ଼ା, ଖଣ୍ଡଗିରି, କୋଳଥିଆ, ମଞ୍ଚେଶ୍ବର, ରସୁଲଗଡ଼, ଶୈଳଶ୍ରୀବିହାର, ସାମନ୍ତରାପୁର, ପୁରୁଣା ଭୁବନେଶ୍ବର, ନ୍ୟୁ ଏଜି କଲୋନି, ନାଗେଶ୍ବର ଟାଙ୍ଗୀ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ବାହାରିଛନ୍ତି। ସଙ୍ଗରୋଧରୁ ସିଆରପିଏଫ୍‌ ଛକ, ବିଜେବି ନଗର, କଳିଙ୍ଗ ନଗର, ଆଇଆରସି ଭିଲେଜ, ଲକ୍ଷ୍ମୀସାଗର, ପାଣ୍ଡରା, ପଟିଆ, ପାତ୍ରପଡ଼ା, ଭିଏସ୍‌ଏସ୍‌ନଗର ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ସମୁଦାୟ ମୃତକଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ୨୬୭ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୫,୬୧୯କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୫୧୧କୁ ଖସି ଆସିଛି।