ରାଜଧାନୀରେ ୫୭ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର : ରାଜଧାନୀରେ ଗତ ୨୪ଘଣ୍ଟାରେ ୫୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୪୦ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦,୨୮୪କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଦିନକରେ ୬୦ଜଣ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୯,୪୧୮କୁ ବୃଦ୍ଧି ପାଇଛି। ତେବେ ରାଜଧାନୀରେ ଜଣେ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଯାହାଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୬୪୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର