ରାଜଧାନୀରୁ ୧୧୨୦ଜଣ ଆକ୍ରାନ୍ତ ଚିହ୍ନଟ, ୯୨୮ ସୁସ୍ଥ, ଡୁମଡୁମା, ବଡ଼ଗଡ଼ ଏବେ ନୂଆ‌ ହଟ୍‌ସ୍ପଟ୍‌

ଭୁବନେଶ୍ବର : ପ୍ରାୟ ଏକ ମାସ ହେଲା ଖଣ୍ଡଗିରି, ବରୁମଣ୍ଡା, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ପଟିଆ, ଚନ୍ଦ୍ରଶେଖରପୁର ଅଞ୍ଚଳ ହଟ୍‌ସ୍ପଟ୍‌ ରହି ଆସିଛି। ଏଥିରେ ଲକ୍ଷ୍ମୀସାଗର, ଝାରପଡ଼ା, ୟୁନିଟ-୬, ୟୁନିଟ-୯ ଓ ୟୁନିଟ-୮ ଅଞ୍ଚଳ ଗତ ସପ୍ତାହରେ ସାମିଲ୍‌ ହୋଇଥିଲା। କିନ୍ତୁ ଏବେ ଏଥିରେ ବଡ଼ଗଡ଼ ଏବଂ ଡୁମଡୁମା ଅଞ୍ଚଳ ସାମିଲ୍‌ ହୋଇଛି। ଗତ କିଛି ଦିନ ହେଲା, ଏଠାରୁ ଲଗାତାର ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ଏହି ଅଞ୍ଚଳରେ ୨୫୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଗୁରୁବାର ବି ଡୁମଡୁମାରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଗୁରୁବାର ରାଜଧାନୀରୁ ୧୧୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮ଜଣ ସୁସ୍ଥ ହୋଇଛନ୍ତି। ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଜାଗମରାରରୁ ୧୩ଜଣ, ଚନ୍ଦ୍ରଶେଖରପୁରରୁ ୨୭ଜଣ, ଲକ୍ଷ୍ମୀସାଗରରୁ ୩୮ଜଣ, ବରମୁଣ୍ଡାରୁ ୨୯ଜଣ, ଜୟଦେବବିହାରରୁ ୨୧ଜଣ, ନୀଳାଦ୍ରିବିହାରରୁ ୨୫ଜଣ, ଝାରପଡ଼ାରୁ ୩୩ଜଣ, ମଞ୍ଚେଶ୍ବରରୁ ୨୪ଜଣ, ବଡ଼ଗଡ଼ର ୪୩ଜଣ, ନୂଆପଲ୍ଲୀରୁ ୪୯ଜଣ, ଖଣ୍ଡଗିରିରୁ ୪୬ଜଣ, ପୁରୁଣା ଭୁବନେଶ୍ବରରୁ ୫୦ଜଣ, ଗଜପତି ନଗରରୁ ୧୫ଜଣ, ଭରତପୁରରୁ ୧୬ଜଣ, ଭୀମଟାଙ୍ଗିରୁ ୧୩ଜଣ, ଟଙ୍କପାଣି ରୋଡ୍‌ରୁ ୨୦ଜଣ, ୟୁନିଟ୍‌-୬ରୁ ୧୩ଜଣ, ପାତ୍ରପଡ଼ାରୁ ୨୪ଜଣ, ପୋଖରୀପୁଟରୁ ୨୧ଜଣ, ୟୁନିଟ୍‌-୮ରୁ ୩୨ଜଣ, ସହିଦନଗରରୁ ୨୧ଜଣ, ରସୁଲଗଡ଼ରୁ ୨୪ଜଣ, ପଟିଅାରୁ ୫୦ଜଣ, ଚିନ୍ତାମଣିଣ୍ବରରୁ ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର