ରାଜଧାନୀରେ ୫୬୬ ଆକ୍ରାନ୍ତ, ୧୨୩୧ ସୁସ୍ଥ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଲା

ଭୁବନେଶ୍ବର : ରାଜଧାନୀରେ ରବିବାର ୫୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୩୧ଜଣ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୪୮୫ରେ ପହଞ୍ଚିଛି। ସେହିପରି ୧୨୩୧ଜଣ ସୁସ୍ଥ ହେବା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଦିନ ପରେ ୧୦ହଜାର ତଳକୁ ଖସିଛି। ଏବେ ରାଜଧାନୀରେ ୮୭୯୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେହିପରି ଆଜିର ୪ଟି କୋଭିଡ୍‌ ମୃତ୍ୟୁକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୫୫ରେ ପହଞ୍ଚିଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ବରମୁଣ୍ଡାରୁ ୨୦ଜଣ, ଚନ୍ଦ୍ରଶେଖରପୁରରୁ ୧୬ଜଣ, ଡୁମଡୁମାରୁ ୧୮ଜଣ,‌ ଜୟଦେବ ବିହାରରୁ ୧୫ଜଣ, ଝାରପଡ଼ାରୁ ୧୯ଜଣ, ଖଣ୍ଡଗିରିରୁ ୨୭ଜଣ, ପୁରୁଣା ଭୁବନେଶ୍ବରରୁ ୩୪ଜଣ, ଲକ୍ଷ୍ମୀସାଗରରୁ ୧୭ଜଣ, ପଟିଆରୁ ୫୧ଜଣ, ୟୁନିଟ-୮ରୁ ୧୨ଜଣ, ନୂଆପଲ୍ଲୀରୁ ୩୫ଜଣ, ସହିଦନଗରରୁ ୧୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର