ଭୁବନେଶ୍ବର : ଗୁରୁବାର ରାଜଧାନୀରେ ୪ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୮ରେ ପହଞ୍ଚିଛି। ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଦିନ ୯ଟି ଜାଗାରେ ବିଏମ୍ସି କଣ୍ଟେନ୍ମେଣ୍ଟ ଜୋନ୍ କରିଥିବା ବେଳେ ଶୁକ୍ରବାର ୧୧ଟି ଜାଗାରେ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି।
ପୁରୁଣା ଭୁବନେଶ୍ବର ଅକରପୁରି ହାଉସିଂ କଲୋନି ପ୍ଲଟ୍ ନଂ ୧୪, ଟଙ୍କପାଣି ରୋଡ୍ ରତ୍ନନିବାସ ଫ୍ଲାଟ୍ ନଂ ୧୯-ବି, ବଡ଼ଗଡ଼ କେନାଲ ରୋଡ୍ ପତିତପାବନ ନଗର ପ୍ଲଟ୍ ନମ୍ବର ୧୧୬୪/୮୫୮୮, ଖାରବେଳ ନଗର ୟାମାହା ସୋରୁମ୍ ନିକଟ ପ୍ଲଟ୍ ନଂ-୯, ସହିଦନଗର ଆଙ୍ଗନ୍ ରେସ୍ତୋରାଁ ନିକଟ ପ୍ଳଟ୍ ନଂ ୨୦ ଓ ୨୧, ବମିଖାଲ ପ୍ଲଟ୍ ନଂ ୨୨୩/୧୭୫୨, ନୀଳାଦ୍ରିବିହାର ବୁଦ୍ଧପାର୍କ ନିକଟ ପ୍ଲଟ୍ ନମ୍ବର ଜେ-୨୦୮, ନୀଳାଦ୍ରିବିହାର ପ୍ଲଟ୍ ନମ୍ବର ଏସ୍-୫, ସତ୍ୟବିହାର ପ୍ଲଟ ନମ୍ବର ୧୦୯୪, ଗଜପତି ନଗର ଶିବପ୍ଲାଜା ଫ୍ଲାଟ୍ ନଂ-୧୦୩କୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମ୍ସି କଟକଣା ଜାରି କରିଛି। ଏହି ଅଞ୍ଚଳରେ ସମ୍ପୃକ୍ତ ୱାର୍ଡ ଅଫିସର୍ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କରିବେ।