ଭୁବନେଶ୍ୱର : ରାଜଧାନୀରେ ଦିନକୁ ୩ଶହ ସଂକ୍ରମଣ ଧାରା ଜାରି ରହିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୩୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୩,୫୪୯ରେ ପହଞ୍ଚିଛି। ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ରାଜଧାନୀରେ ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ଦୁଇ ପୁରୁଷ ମୃତକଙ୍କ ବୟସ ହେଉଛି ୬୦ ଓ ୭୮ବର୍ଷ। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି। ଖୋର୍ଧା ଗ୍ରାମାଞ୍ଚଳରେ ୪୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ୩୧୯ ଆକ୍ରାନ୍ତଙ୍କ ମଧ୍ୟରେ ୯୨ ସଙ୍ଗରୋଧରୁ ଓ ୨୨୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ଭିତରେ ରସୁଲଗଡ଼ରୁ ସର୍ବାଧିକ ୧୬ଜଣ ଚିହ୍ନଟ ହୋଇଛନ୍ତି। ପଟିଆରୁ ୧୩, ଡୁମୁଡୁମା, ପୁରୁଣା ଭୁବନେଶ୍ବର ଓ ମଞ୍ଚେଶ୍ବରରୁ ୮ ଲେଖାଏଁ, ବଡ଼ଗଡ଼ ୭, ପାତ୍ରପଡ଼ା ୬, ପୋଖରୀପୁଟ, ନୀଳକଣ୍ଠ ନଗର, ଗାଡ଼କଣ, ଚିନ୍ତାମଣିଶ୍ବର, ଡମଣା, ହଂସପାଳ, ଆଇଆରସି ଭିଲେଜ, ବମିଖାଲ, ଭୀମଟାଙ୍ଗୀ, ବୈରାଗୀ ନଗର ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୟୁନିଟ୍-୬ରୁ ୮, ୟୁନିଟ୍-୯, ଭରତପୁର, ଆଇଆରସି ଭିଲେଜ, ଝାରପଡ଼ା, ନୂଆପଲ୍ଲୀ, ନୀଳକଣ୍ଠ ନଗର, ପଳାସପଲ୍ଲୀ, ପୋଖରୀପୁଟ, ପାତ୍ରପଡ଼ା, ୟୁନିଟ୍-୮ ଓ ଅନ୍ୟ ଅଞ୍ଚଳରୁ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ୩୧୫ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୯,୮୮୮ରେ ପହଞ୍ଚିଛି। ଏବେ ୩୫୩୭ ରୋଗୀଙ୍କ ଚିକିତ୍ସା ଜାରି ରହିଛି।
ରାଜଧାନୀରେ ଦିନକୁ ୩ଶହ ସଂକ୍ରମଣ ଧାରା ଜାରି
ଦିନକରେ ୩୧୯ ପଜିଟିଭ୍, ୨ମୃତ୍ୟୁ
/sambad/media/post_attachments/wp-content/uploads/2020/09/covid-1-1024x576.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)