ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁରେ ଲଗାମ ଆସୁନି

ଦିନକରେ ୧୪୩୪ ସଂକ୍ରମିତ ଚିହ୍ନଟ, ୧୫ ମୃତ, ସୁସ୍ଥ ହେଲେ ଆଉ ୧୩୧୧

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ଲଗାତର ଭାବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ତଳେ ରହୁଛି। କେବେ କେବେ ୧୫୦୦ ଉପରକୁ ଟପୁଥିଲେ ବି ୨୦୦୦ ପାର୍‌ କରୁନାହିଁ। କିନ୍ତୁ କରୋନା ଲଗାତର ଭାବେ ମୃତ୍ୟୁର ତାଣ୍ଡବ ରଚାଇ ଚାଲିଛି। ଦୈନିକ ମୃତ୍ୟୁ ସଂଖ୍ୟା ହ୍ରା‌ସ ପାଉ ନାହିଁ। ଦୈନିକ ସଂକ୍ରମଣ ୪ ହଜାର ଉପରେ ରହୁଥିଲା ବେଳେ ମୃତ୍ୟୁ ସଂଖ୍ୟା ଯେତିକି ରହୁଥିଲା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଅଧାରୁ କମ୍ ହେଉଥିଲେ ବି ମୃତକଙ୍କ ସଂଖ୍ୟା ପ୍ରାୟ ପୂର୍ବ ପରି ରହୁଛି। କରୋନା ଜନିତ ମୃତ୍ୟୁରେ ଲଗାମ ନ ଆସିବା ଏବେ ଚିନ୍ତାର ବିଷୟ ହୋଇଛି।

ଗତକାଲି କରୋନାରେ ୧୭ ଜଣ ପ୍ରାଣ ହରାଇଥିଲା ବେଳେ ଆଜି ୧୫ ଜଣଙ୍କ ଜୀବନ ଯାଇଛି। କରୋନାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୧୪୨୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଥିବା ୧୫ ଜଣଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୩ ଜଣ ଅଛନ୍ତି। ଏହା ବାଦ୍ ଭୁବନେଶ୍ବର, ବରଗଡ଼ ଓ ବଲାଙ୍ଗୀରରୁ ୨ ଜଣ ଲେଖାଏଁ, କଟକ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୮୩୩ ଜଣ ଥିଲା ବେଳେ ୬୦୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜ୍ୟରେ ଏବେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୧,୫୭୪ରେ ପହଞ୍ଚିଛି। ଖୋର୍ଦ୍ଧା ଓ କଟକରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହିଛି। ଖୋର୍ଦ୍ଧାରେ ସର୍ବାଧିକ ୧୪୪ ଜଣ ରହିଥିଲା ବେଳେ କଟକରେ ୧୪୧ ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ବାଦ୍ ବାଲେଶ୍ବରରୁ ୯୯, ସୁନ୍ଦରଗଡ଼ରୁ ୯୮, ଅନୁଗୁଳରୁ ୯୦, ମୟୂରଭଞ୍ଜରୁ ୮୦, ପୁରୀରୁ ୭୭, ଜଗତସିଂହପୁରରୁ ୬୮, ବଲାଙ୍ଗୀରରୁ ୬୬, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୫୦, ବରଗଡ଼ରୁ ୪୫, ସମ୍ବଲପୁରରୁ ୩୮, ନୂଆପଡ଼ା ଓ କଳାହାଣ୍ଡିରୁ ୩୫ ଲେଖାଏ, ଯାଜପୁରରୁ ୩୩, ଭଦ୍ରକ ଓ ଝାରସୁଗୁଡ଼ାରୁ ୩୧ ଲେଖାଏ, ନବରଙ୍ଗପୁରରୁ ୨୭, କୋରାପୁଟରୁ ୨୫, ଢେଙ୍କାନାଳରୁ ୨୧, ଗଞ୍ଜାମ ଓ ନୟାଗଡ଼ରୁ ୧୭ ଲେଖାଏ, ମାଲକାନଗିରିରୁ ୧୪, କନ୍ଧମାଳ ଓ‌ ସୋନପୁରରୁ ୧୨, ରାୟଗଡ଼ାରୁ ୯, ବୌଦ୍ଧ ଓ ଗଜପତିରୁ ୬ ଲେଖାଏ, ଦେବଗଡ଼ରୁ ୫ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୮ ଜଣ ସୁସ୍ଥ ହୋଇଥିଲା ବେଳେ କଟକରୁ ୯୪, ମୟୂରଭଞ୍ଜରୁ ୮୬, ନୂଆପଡ଼ାରୁ ୬୭, ଜଗତସିଂହପୁରରୁ ୬୪, ଯାଜପୁରରୁ ୬୨, ପୁରୀରୁ ୫୯, କେନ୍ଦ୍ରାପଡ଼ାରୁ ୫୭, ବାଲେଶ୍ବରରୁ ୫୫, କେନ୍ଦୁଝରରୁ ୫୪, ବଲାଙ୍ଗୀରରୁ ୫୨, ଅନୁଗୁଳରୁ ୪୬, ନବରଙ୍ଗପୁରରୁ ୪୩, ଢେଙ୍କାନାଳ ଓ ନୟାଗଡ଼ରୁ ୩୮ ଲେଖାଏ, କଳହାଣ୍ଡିରୁ ୩୭, ସୁନ୍ଦରଗଡ଼ରୁ ୩୫, କୋରାପୁଟରୁ ୩୩, ବରଗଡ଼ରୁ ୩୨, ଗଞ୍ଜାମ ଓ ମାଲକାନଗିରିରୁ ୨୬ ଲେଖାଏ, ଭଦ୍ରକରୁ ୨୨, ସମ୍ବଲପୁରରୁ ୨୧, ଝାରସୁଗୁଡ଼ାରୁ ୨୦, ସୋନପୁରରୁ ୧୭, କନ୍ଧମାଳରୁ ୧୬, ଦେବଗଡ଼ରୁ ୧୧, ରାୟଗଡ଼ାରୁ ୧୦, ଗଜପତିରୁ ୨ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର