ଚିନ୍ତା ବଢ଼ାଉଛି ପୁରୁଣା ଭୁବନେଶ୍ବର

ରାଜଧାନୀରେ ଦିନକରେ ୪୭୬ ଆକ୍ରାନ୍ତ, ଦୁଇ ରେସ୍ତୋରାଁକୁ ୨୦ହଜାର ଜରିମାନା

ଭୁବନେଶ୍ବର : ବୁଧବାର ଦିନ ରାଜଧାନୀରୁ ୪୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪୦ଜଣ ସୁସ୍ଥ ହୋଇଛନ୍ତି। ତେବେ ଗତ କିଛି ଦିନ ହେଲେ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ୨୦ରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଛି।

ଅପରପକ୍ଷେ ଚନ୍ଦ୍ରଶେଖରପୁରରୁ ୨୧ଜଣ, ଖଣ୍ଡଗିରିରୁ ୨୧ଜଣ, ପଟିଆରୁ ୨୯ଜଣ, ବରମୁଣ୍ଡାରୁ ୧୨ଜଣ, ଝାରପଡ଼ାରୁ ୧୬ଜଣ, ଟଙ୍କପାଣି ରୋଡରୁ ୧୯ଜଣ, ଲକ୍ଷ୍ମୀସାଗରରୁ ୧୯ଜଣ, ନୂଆପଲ୍ଲୀରୁ ୩୦ଜଣ, ରସୁଲଗଡ଼ରୁ ୧୭ଜଣ, ସହିଦନଗରରୁ ୯ଜଣ, ଶୈଳଶ୍ରୀ ବିହାରରୁ ୧୦ଜଣ, ୟୁନିଟ-୯ରୁ ୧୨ଜଣ, ୟୁନିଟ-୬ରୁ ୫ଜଣ, ୟୁନିଟ-୪ରୁ ୧୦ଜଣ, ୟୁନିଟ-୮ରୁ ୭ଜଣ, ୟୁନିଟ-୧ରୁ ୨ ଓ ୟୁନିଟ-୩ରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବହୁ ସ୍ଥାନରେ ୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ହୋଇଥିବା ୪୭୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୩୮୮ଜଣ ସ୍ଥାନୀୟ ସଂକ୍ରମିତ।

ଦୁଇ ରେସ୍ତୋରାଁକୁ ୨୦ହଜାର ଜରିମାନା
ଭୁବନେଶ୍ବର : ଆଜିଠାରୁ ହୋଟେଲ/ରେସ୍ତୋରାଁରେ କେହି ବସି ଖାଇପାରିବେନି, କେବଳ ଲୋକଙ୍କୁ ପାର୍ସଲ ଦିଆଯିବ ବୋଲି ଏସ୍‌ଆର୍‌ସି ନିର୍ଦ୍ଦେଶନାମା ଜାରି କରିଥିଲା। ଏହାକୁ ୟୁନିଟ-୪ସ୍ଥିତ ଚାନସେଲର୍ ରେସ୍ତୋ‌ରାଁ ଏବଂ ସହିଦନଗର ସ୍ଥିତ ଆପେଟାଇଟ୍ ରେସ୍ତୋରାଁ ମାନୁନଥିବା ବିଏମ୍‌ସି ସ୍କ୍ବାଡ୍‌ ଚଢ଼ଉ ସମୟରେ ଦେଖିବାକୁ ପାଇଥିଲା। ଏହାପରେ ୨ଟି ରେସ୍ତୋରାଁକୁ ୧୦ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର