ଭୁବନେଶ୍ବର : ରାଜଧାନୀରେ କରୋନା ଥମିବା ନାଁ ଧରୁନି। ଆଜି ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୩୫୩ ଥିବା ବେଳେ ଆଜି ଏହି ସଂଖ୍ୟା ୩୮୯ରେ ପହଞ୍ଚିଛି। ଅନ୍ୟପଟେ ଗତ କାଲି ଠାରୁ ଆଜି ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୩୨ ଥିବା ବେଳେ ଆଜି ଏହି ସଂଖ୍ୟା ୨୫୩କୁ ବୃଦ୍ଧି ପାଇଛି। କିନ୍ତୁ ସୁସ୍ଥଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୨୧୫୮ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଆଜି ଏହି ସଂଖ୍ୟା ୨୩୧୧ ରେ ପହଞ୍ଚିଛି। ଗତ ୨୫ ତାରିଖରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଏକପ୍ରକାର ସ୍ଥିର ରହିଛି। ଗତକାଲି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମଧ୍ୟ ମୃତ୍ୟୁ ସଂଖ୍ୟା ୪ ଦର୍ଶାଯାଇଛି। ଆଜି ଚିହ୍ନଟ ହୋଇଥିବା ୩୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୨୧ ଜଣ, ଚନ୍ଦ୍ରଶେଖରପୁରରୁ ୧୯, ସହିଦନଗର ଅଞ୍ଚଳରୁ ୧୫, ପଟିଆ, ଖଣ୍ଡଗିରି, ସୁନ୍ଦରପଦା ଅଞ୍ଚଳରୁ ୧୩ ଲେଖାଏଁ ଏବଂ ପୁରୁଣା ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜଧାନୀରେ ଥମୁନି କରୋନା, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି
/sambad/media/post_attachments/wp-content/uploads/2021/07/corona-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)