ରାଜଧାନୀରେ କରୋନା ମୃତ୍ୟୁ ୪୦୦ ଛୁଇଁଲା

୧୯ଦିନରେ ୬୨ଜଣ ମଲେଣି, ମେ’ରେ ୭୭ଜଣ ମରିଥିଲେ

ଭୁବନେଶ୍ବର : ରାଜଧାନୀରେ କରୋନାର ଦୁଇଟି ଯାକ ଲହରରେ ଶନିବାର ସୁଦ୍ଧା ୪୦୦ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ମେ’ ମାସରେ ଭୁବନେଶ୍ବରରେ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଉକ୍ତ ମାସରେ ୭୭ଜଣଙ୍କର ମୃତ୍ୟୁ ହୋଇଥିଲା। ଅଥଚ ଚଳିତ ମାସ ୧୯ଦିନ ଭିତରେ ରାଜଧାନୀରେ ୬୨ଜଣଙ୍କର ମୃତ୍ୟୁ ହେଲାଣି।

ବିଏମ୍‌ସିର ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ରାଜଧାନୀରେ ୮୬,୪୦୨ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୮୩,୮୭୫ଜଣ ସୁସ୍ଥ ହୋଇଛନ୍ତି। ୪୦୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଏବେ ୨୧୦୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଆଜି ୩୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୧୬ଜଣ ସୁସ୍ଥ ହୋଇଛନ୍ତି। ଏଥିରୁ ଖଣ୍ଡଗିରିରୁ ୨୩ଜଣ, ଚନ୍ଦ୍ରଶେଖରପୁରରୁ ୧୭ଜଣ, ଏମ୍‌ସନଗରରୁ ୮ଜଣ, ନୂଆପଲ୍ଲୀରୁ ୨୩ଜଣ, ଡୁମଡୁମାରୁ ୧୯ଜଣ, ନୀଳାଦ୍ରିବିହାରରୁ ୧୦ଜଣ, ପୁରୁଣା ଭୁବନେଶ୍ବରରୁ ୧୧ଜଣ, ରସୁଲଗଡ଼ରୁ ୧୧ଜଣ, ପଟିଆରୁ ୨୦ଜଣ, ପାତ୍ରପଡ଼ାରୁ ୧୩ଜଣ, ସହିଦନଗରରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର