ଧରାପଡ଼ିଲେ ୧୫୦୦ ଅମାନିଆ, ୟୁନିଟ୍‌-୧ ହାଟ ଆଗରୁ ଗାଡ଼ି ଟେକିନେଲା କ୍ରେନ୍

ଭୁବନେଶ୍ବର : ଯେତେ ବୁଝାଇଲେ ମାନୁନାହାନ୍ତି। ଅମାନିଆ ହୋଇ ବୁଲୁଛନ୍ତି। କାହା ମୁହଁରେ ମାସ୍କ ନାହିଁ ତ ଆଉ କିଏ ସାମାଜିକ ଦୂରତ୍ବ ମାନୁ ନାହାନ୍ତ। ଏପରି ନିୟମ ଉଲ୍ଲଙ୍ଘନ କରି ଆଜି ରାଜଧାନୀରେ ୧୫୦୦ରୁ ଅଧିକ ଧରା ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୩୧୩ଜଣଙ୍କୁ ଜରିମାନା କରାଯାଇଛି। ସେହିପରି ସାମାଜିକ ଦୂରତ୍ବ ଉଲ୍ଲଂଘନ ଅଭିଯୋଗରେ ୧୧୯୦ଜଣ ଧରା ପଡ଼ିଛନ୍ତି। ଆସନ୍ତାକାଲି ଜନ୍ମାଷ୍ଟମୀ ଉପଲକ୍ଷେ ଆଜି ୟୁନିଟ୍-୧ ହାଟରେ ପ୍ରବଳ ଭିଡ଼ ହୋଇଥିଲା। ଟ୍ରାଫିକ୍‌ ପୁଲିସର ବାରମ୍ବାର ସଚେତନତା ସତ୍ତ୍ବେ ଲୋକ ଅମାନିଆ ହୋଇଥିଲେ। ରାସ୍ତା ଉପରେ ଗାଡ଼ି ପାର୍କିଂ କରି ଥିବାରୁ ୧୧ଟି ଗାଡ଼ିକୁ କ୍ରେନ୍ ଜରିଆରେ ଉଠାଇ ନେଇଥିଲା ପୁଲିସ।

ସମ୍ବନ୍ଧିତ ଖବର