ଭୁବନେଶ୍ୱର : କୋଭିଡ୍-୧୯ ଚିକିତ୍ସା ସମ୍ବନ୍ଧୀୟ ଭାଇରାଲ ଅଡିଓ ପ୍ରସାରଣକୁ ନେଇ ପୂର୍ବରୁ ୩ ଥର ଜେରା ହୋଇସାରିଥିବା ଏକ ବୈଦୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଆଜି କ୍ୟାପିଟାଲ ଥାନା ପୁଲିସ ପୁଣି ଥରେ ଜେରା କରିଛି। ଆଜି ଅପରାହ୍ନରେ ତାଙ୍କୁ ଦୀର୍ଘ ତିନିଘଣ୍ଟା ଧରି ଜେରା କରାଯାଇଛି। ଗତ ଅଗଷ୍ଟ ୨୦ ତାରିଖରେ ଶେଷ ଥର ପାଇଁ ଜେରା ହୋଇଥିବା ଏହି କର୍ମଚାରୀଙ୍କୁ ୨୦ ଦିନ ପରେ ପୁଣି ଜେରା କରାଯାଇଛି। କ୍ୟାପିଟାଲ ଥାନା ପରିସରରେ ଇନ୍ସ୍ପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ଏସିପି ମାନସ ରଞ୍ଜନ ଗଡ଼ନାୟକ ପଚରା ଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛନ୍ତି। ପୂର୍ବରୁ ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ଓ ୱେବ୍ ପୋର୍ଟାଲର ୩ ଜଣ କର୍ମକର୍ତ୍ତାଙ୍କୁ ପୂର୍ବରୁ ଅନେକ ବାର ପୁଲିସ ଜେରା କରି ସାରିଛି। ସୂଚନାଯୋଗ୍ୟ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ବହୁ ଅର୍ଥ ବିନିଯୋଗ କରୁଛନ୍ତି। ଏହି ଅର୍ଥ ହଡ଼ପ କରିବା ଲକ୍ଷ୍ୟରେ କୋଭିଡ୍ ହସ୍ପିଟାଲରେ ରୋଗୀ ଭର୍ତ୍ତି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ, ବିଏମ୍ସି ଓ ଘରୋଇ ହସ୍ପିଟାଲ ମଧ୍ୟରେ ଏକପ୍ରକାରର ବୁଝାମଣା ହୋଇଥିବା ସମ୍ପର୍କିତ ଫୋନ୍ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହୋଇଥିଲା। ଏହା ଏକ ବୈଦ୍ୟୁତିକ ଗଣମାଧ୍ୟମର ୱେବପୋର୍ଟାଲରେ ପ୍ରସାରିତ ହୋଇଥିଲା। ବିଏମ୍ସି ପକ୍ଷରୁ ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଡିଓ ଟେପ୍ରେ କଥା ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମ୍ପୃକ୍ତ ସଂସ୍ଥାର ତିନିଜଣଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲା।
କୋଭିଡ୍ ହସ୍ପିଟାଲ ବାର୍ତ୍ତାଳାପ ଭାଇରାଲ ପ୍ରସଙ୍ଗ : ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀଙ୍କୁ ପୁଣି ଥରେ ଜେରା
/sambad/media/post_attachments/wp-content/uploads/2020/04/capital-ps.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)