ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ହଜାର ଟପିଲା ରାଜଧାନୀ

ଦିନକ‌ରେ ୩୪୦ ପଜିଟିଭ୍, ୩ ମୃତ୍ୟୁ, ସେପ୍ଟେମ୍ବରରେ ଚିହ୍ନଟ ହେଲେ ୧୦ହଜାରରୁ ଅଧିକ

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୨୩୫ରେ ପହଞ୍ଚିଛି। ସେପ୍ଟେମ୍ବର ମାସରେ କେବଳ ୧୦,୯୬୨ ରୋଗୀ ଚିହ୍ନଟ ହୋଇଛନ୍ତି ରାଜଧାନୀରେ, ଯାହାକି ରାଜଧାନୀର ସମୁଦାୟ ସଂକ୍ରମଣର ୪୯ ପ୍ରତିଶତ। ଏହି ପରିସଂଖ୍ୟାନରୁ ରାଜଧାନୀର କରୋନା ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଥିବା ସ୍ପଷ୍ଟ ହୋଇଯାଇଛି। ଗତ ୨୪ ଘଣ୍ଟାରେ ରାଜଧାନୀର ୩୪୦ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ୩ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ମୃତ୍ୟୁ ସଂଖ୍ୟା ୯୬ରେ ପହଞ୍ଚିଛି। ଏଥିରେ ୪୮, ୮୯ବର୍ଷର ପୁରୁଷ ଓ ୬୨ ବର୍ଷର ଜଣେ ମହିଳା ରହିଛନ୍ତି। ଖୋର୍ଧା ଜିଲ୍ଲା‌ରେ ସମୁଦାୟ ୧୩୮ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୪୨ଜଣ ଖୋର୍ଧା ଗ୍ରାମାଞ୍ଚଳରୁ ରହିଛନ୍ତି।

ଆଜି ଚିହ୍ନଟ ୩୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୪ଜଣ ସଙ୍ଗରୋଧରୁ ଓ ୨୫୬ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ୧୩ଜଣ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ରହିଥିବା ବେଳେ ୧୨ଜଣ ଆଇଆର୍‌ସି, ନୂଆପଲ୍ଲୀ ଓ ସହିଦନଗରରୁ ୧୦ ଲେଖାଏଁ, ବରମୁଣ୍ଡା ୮, ଗଙ୍ଗନଗର, ଭରତପୁର, ବଡ଼ବଡ଼, ବମିଖାଲ, ପାତ୍ରପଡ଼ା, କଳିଙ୍ଗ ବିହାର, କପିଳ ପ୍ରସାଦ, କଳିଙ୍ଗ ନଗର ଓ ଅନ୍ୟାନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର