ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ ହଜାର ନିକଟତର

ଦିନକରେ ୩୫୧ ପଜିଟିଭ୍, ୨ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୪୭୧ ରୋଗୀ ସୁସ୍ଥ ହେବା ପରେ ଏହି ସଂଖ୍ୟା ୧୧,୯୦୧ରେ ପହଞ୍ଚିଛି। ଅପରପକ୍ଷରେ ରାଜଧାନୀରେ କରୋନା ସଂକ୍ରମଣ ଜାରି ରହିଛି। ଦିନକରେ ୩୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୫୯୧ରେ ପହଞ୍ଚିଛି। ୩୫୧ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୩ଜଣ ଓ ୨୩୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ରୂପାଲି ଛକ, ରେଲ ବିହାର, ଚକେଇସିଆଣି, ବିଜେବି ନଗର, ଝାରପଡ଼ା, ଜିଜିପି କଲୋନି, ସୌଭାଗ୍ୟ ନଗର, ସତ୍ୟନଗର, ପୋଖରୀପୁଟ, ୟୁନିଟ୍‌-୬, ଜାଗମରା, ଭିଏସ୍‌ଏସ୍‌ ନଗର, ଆଇଆରସି ଭିଲେଜ, ୟୁନିଟ୍‌-୩ ଆଦି ଅଞ୍ଚଳରୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଘରୋଇ ହସ୍ପିଟାଲର କର୍ମଚାରୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତରେ ପଳାଶୁଣୀ, ପଳାସପଲ୍ଲୀ, କଳିଙ୍ଗ ବିହାର, ବଡ଼ଗଡ଼ ବ୍ରିଟ୍ କଲୋନି, ପଞ୍ଜାବୀ କଲୋନି, ଗଙ୍ଗନଗର, କଳିଙ୍ଗ ବିହାର, ଈଶାନେଶ୍ବର ବସ୍ତି, ଶାସ୍ତ୍ରୀ ନଗର, ଖାରବେଳ ନଗର, ସୂର୍ଯ୍ୟ ନଗର, ପଟିଆ କାନନ ବିହାର, ପ୍ରଶାନ୍ତି ବିହାର, ଖଣ୍ଡଗିରି, ଗୌତମ ନଗର ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ଆଜି ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ୩୫ବର୍ଷର ଯୁବକ ଓ ୫୨ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି। ତେବେ ଲଗାତାର ରାଜଧାନୀରେ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୬୧୩କୁ ଖସି ଆସିଛି। ରାଜଧାନୀରେ ଏବେ ସୁସ୍ଥ ହାର ୭୧ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର