ରାଜଧାନୀରେ ସୁସ୍ଥ ସଂଖ୍ୟା ବଢ଼ୁଛି

୧୧୮୬ ଆକ୍ରାନ୍ତ, ୧୦୪୧ ସୁସ୍ଥ

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ସବୁଦିନ ହଜାରେ ଉପରେ ରହୁଥିବା ବେଳେ ବହୁ ଦିନ ପରେ ଶୁକ୍ରବାର ସୁସ୍ଥଙ୍କ ସଂଖ୍ୟା ହଜାରେ ଟପିଛି। ଦିନକୁ ଦିନ ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ଦେଖା‌ଦେଇଛି। ୧୭ ତାରିଖରେ ୮୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୮ରେ ୮୫୫ଜଣ, ୧୯ରେ ୯୨୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ସେହିପରି ଆଜି ରାଜଧାନୀରେ ୧୧୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪୧ଜଣ ସୁସ୍ଥ ହୋଇଛନ୍ତି। ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଝାରପଡ଼ା ଜେଲ୍‌ରୁ ସର୍ବାଧିକ ୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ପୁରୁଷ ଓ ମହିଳା କଏଦୀ ଆକ୍ରାନ୍ତ ହୋଇଥିବାରୁ ଏହା ଜେଲ୍‌ କର୍ମଚାରୀଙ୍କଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି।

ସେହିପରି ପୁରୁଣା‌ ଭୁବନେଶ୍ବରରୁ ୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଜେବି ନଗରରୁ ୧୬, ସୁନ୍ଦରପଦାରୁ ୩୦, ଚନ୍ଦ୍ରଶେଖରପୁରରୁ ୪୧, ଝାରପଡ଼ାରୁ ୩୩, ଖଣ୍ଡଗିରିରୁ ୪୭, ବଡଗଡ଼ରୁ ୨୩, ଜୟଦେବ ବିହାରରୁ ୧୩, ସିଆରପିଏଫ୍‌ କ୍ୟାମ୍ପସରୁ ୨୧, ଲକ୍ଷ୍ମୀସାଗରରୁ ୨୬, ମଞ୍ଚେଶ୍ବରରୁ ୧୯, ଭୀମଟାଙ୍ଗିରୁ ୧୮, ନୀଳାଦ୍ରିବିହାରରୁ ୩୪ଜଣ, ରସୁଲଗଡ଼ରୁ ୧୯, ୟୁନିଟ-୩ରୁ ୨୦ଜଣ, ପଟିଆରୁ ୪୮ଜଣ, ନୂଆପଲ୍ଲୀରୁ ୪୫, ଡୁମଡୁମାରୁ ୪୨, ସହିଦନଗରରୁ ୧୭, ପାତ୍ରପଡ଼ାରୁ ୨୮, ୟୁନିଟ-୬ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବହୁ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏକ ଅଙ୍କକୁ ଖସିଲା ବାରଙ୍ଗରେ ସଂକ୍ରମଣ
ବାରଙ୍ଗ : ବାରଙ୍ଗ ବ୍ଲକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କକୁ ଖସି ଆସିବା ଉଭୟ ପ୍ରଶାସନ ଓ ବ୍ଲକବାସିନ୍ଦାଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଛି। ଗତ ୨୪ ଘଣ୍ଟାରେ ମାତ୍ର ୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ କୁରଙ୍ଗ ପ୍ରଧାନରୁ ଜଣେ, ଉଷୁମାରୁ ୨ ଓ କୁହ୍ନେଇପଡ଼ା, ରାମଦାଶପୁର ପଞ୍ଚାୟତରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜକୁ ମିଶାଇ ବ୍ଲକର ମୋଟ ୧୬ ପଞ୍ଚାୟତରୁ ୪୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୭ଜଣ ଗୃହ ସଂଗରୋଦରେ ଚିକିତ୍ସିତ ହେଉଥିବା ବେଳେ ୩୪ଜଣ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ସୁଦ୍ଧା ୩୮୪ ଜଣ ସୁସ୍ଥ ହୋଇସାରିଥିବା ବିଡିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର