ଝାରପଡ଼ା ଜେଲରେ ପୁଣି କୋଭିଡ୍‌ ପରୀକ୍ଷା, ଆଜି ୧୮୦ ଜଣଙ୍କ ସ୍ବାବ୍ ସଂଗ୍ରହ

ପୂର୍ବରୁ ହୋଇଥିଲା ୧୯୫ ଟେଷ୍ଟ, ୯୬ ପଜିଟିଭ୍ ବାହାରିଥିଲା

ଭୁବନେଶ୍ବର: ଝାରପଡ଼ା ଜେଲରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଆଜି ପୁଣି ପରୀକ୍ଷା କରାଯାଇଛି। ୧୮୦ ଜଣ କଏଦୀ ଓ କର୍ମଚାରୀଙ୍କର ଆଜି ସ୍ବାବ୍ ସଂଗ୍ରହ କରାଯାଇଛି। ସୋମବାର ସୁଦ୍ଧା ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ବିଏମସି ଟିମ୍ ପକ୍ଷରୁ ଆଜି ଏହି ପରୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ୧୯୬ ଜଣ କଏଦୀ ଓ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା।

ସେମାନଙ୍କ ମଧ୍ୟରୁ ୯୫ ଜଣ ପଜିଟିଭ୍ ବାହାରିଥିବା ନେଇ ଗତ ଗୁରୁବାର ରିପୋର୍ଟ ଆସିଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବହିସ୍କୃତ ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକ ରହିଥିଲେ। ସେହିପରି ଜେଲର ରୋଷେଇ କରୁଥିବା ଓ ଅନ୍ୟ କିଛି କର୍ମଚାରୀ ପଜିଟିଭ୍ ବାହାରିଥିଲେ। ଆଇସୋଲେସନ ଓ୍ଵାର୍ଡରେ କଏଦୀମାନଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର