୪ ଦିନରେ ୧୫,୧୯୩ ଜଣଙ୍କ ‌ଟେଷ୍ଟିଂ ହେଲାଣି

ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ କମିଥିବା ବେଳେ ପଜିଟିଭ୍ ହାର ବି କମିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପରିକି ଯିଏ ଟେଷ୍ଟିଂ କରିବାକୁ ଆସୁଛନ୍ତି, ତାଙ୍କୁ ଫେରା ଯାଉନି। ଗର୍ଭବତୀ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟେଷ୍ଟିଂ କରାଯାଉଛି। ତେଣୁ ଏବେ ଯେତିକି ଲୋକ ଯେଉଁ ଦିନ ହେଉଛନ୍ତି, ସମସ୍ତଙ୍କର ଟେଷ୍ଟିଂ ହେଉଛି। ଜୁନ୍‌ ୧ରେ ୩୦୫୫ଜଣ, ୨ରେ ୪୩୧୧ଜଣ, ୩ରେ ୩୫୫୧ଜଣ ଏବଂ ୪ରେ ୪୨୭୬ଜଣ କୋଭିଡ୍‌ ପରୀକ୍ଷା କରିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

୫୯୨ ଆକ୍ରାନ୍ତ, ୧୨୫୫ ସୁସ୍ଥ
ଭୁବନେଶ୍ବର : ଶୁକ୍ରବାର ୪୨୭୬ଜଣ ଆକ୍ରାନ୍ତ କୋଭିଡ ପରୀକ୍ଷା କରିଥିବା ବେଳେ ୫୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟେଷ୍ଟିଂ ଓ ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ଦେଖିଲେ ପଜିଟିଭ୍ ହାର ୧୩.୮୪% ରହିଛି। ରାଜଧାନୀ ପାଇଁ ଖୁସିର ବିଷୟ ଯେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତା’ର ଦୁଇଗୁଣାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ୧୨୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେହିପରି ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଆଜି ବଡଗଡ଼ରୁ ୩୦ଜଣ, ଚନ୍ଦ୍ରଶେଖରପୁରରୁ ୨୬ଜଣ, ଡୁମଡୁମାରୁ ୪୦ଜଣ, ଝାରପଡ଼ାରୁ ୨୭ଜଣ, ଖଣ୍ଡଗିରିରୁ ୨୩ଜଣ, ୟୁନିଟ-୮ରୁ ୧୧ଜଣ, ନୂଆପଲ୍ଲୀରୁ ୨୮ଜଣ, ପଟିଆରୁ ୩୧ଜଣ, ପାତ୍ରପଡ଼ାରୁ ୧୭ଜଣ, ପୁରୁଣା ଭୁବନେଶ୍ବରରୁ ୧୭ଜଣ, ନୀଳାଦ୍ରିବିହାରରୁ ୧୧ଜଣ, ୟୁନିଟ-୯ରୁ ୮ଜଣ, ବରମୁଣ୍ଡାରୁ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜଧାନୀର ବହୁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ସମ୍ବନ୍ଧିତ ଖବର