ଭୁବନେଶ୍ବର : ଯେତେ ବୁଝାଇଲେ ବି ଅବୁଝା ହେଉଛନ୍ତି ଅମାନିଆ। ସବୁ ନିୟମ, କଟକଣାକୁ ମାଡ଼ି ମକଚି ଫୁ’ କରିଦେଉଛନ୍ତି। କିଏ ବିନା ମାସ୍କରେ ବାଇକ୍ରେ ବୁଲୁଛି ତ ଆଉ କିଏ ରାସ୍ତାକଡ଼ରେ ମଦ ପିଉଛନ୍ତି। ଏପରିକି ସଟଡାଉନ୍ରେ ଗଳା ବାଟରେ ଗଳିକନ୍ଦିରେ ଦୋକାନ ଖୋଲି ବେପାର କରୁଛନ୍ତି। ଗତ ୫ତାରିଖଠାରୁ ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ପ୍ରାୟ ୩ହଜାର ଅମାନିଆ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ପାଖାପାଖି ୩ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୫ ତାରିଖଠାରୁ ୮ ତାରିଖ ପର୍ଯ୍ୟନ୍ତ ୨୫୧୭ ଅମାନିଆ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ୨ ଲକ୍ଷ ୫୭ ହଜାର ୯୫୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ସେହିପରି ଆଜି ମଧ୍ୟ ୭୦୯ ଅମାନିଆ ଧରାପଡ଼ିଥିବା ବେଳେ ସେମାନଙ୍କଠାରୁ ୭୯ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
୫ ଦିନରେ ଧରାପଡ଼ିଲେଣି ୩ ହଜାର ଅମାନିଆ, ତଣ୍ଡ ଗଣିଲେଣି ୩ ଲକ୍ଷ ଟଙ୍କା
/sambad/media/post_attachments/wp-content/uploads/2021/05/Lingipur-square-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)