ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭ ଜଣ ରୋଗୀ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

ବିଏମ୍‌ସି ଅନୁସାରେ ୧୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଂଚଳର ବ୍ୟକ୍ତି। ସେହିଭଳି ଆଜି ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ହୋଇଥିବା ବେଳେ ୪ ଜଣ ହେଉଛନ୍ତି ମହିଳା।

ରେଳବାଇରେ କାର୍ଯ୍ୟରତ ୭ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ  ତିନି ଆକ୍ରାନ୍ତଙ୍କ ବୟସ ୩୬ ବର୍ଷ  ହୋଇଥିବା ବେଳେ  ଅନ୍ୟମାନଙ୍କ ବୟସ ଯଥାକ୍ରମେ ୪୦, ୩୧, ୪୦ ଓ ୩୫ ବର୍ଷ। ଏମାନେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଭୁବନେଶ୍ବର ଏୟାରପୋର୍ଟ ନିକଟ ଭୀମପୁର ଅଂଚଳରୁ ଚିହ୍ନଟ ୩୪ ବର୍ଷିଅ ପୁରୁଷ ଓ ୬୨ ବର୍ଷୀୟ ମହିଳା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଡୁମଡୁମା ହାଉସିଂ ବୋର୍ଡ କଲୋନିରୁ ଚିହ୍ନଟ ୨୫ ବର୍ଷିଅ ଯୁବକ ଦିଲ୍ଲୀରୁ ଫେରିଥିବା ବେଳେ ୨୪ ବର୍ଷୀୟ ମହିଳା ଦିଲ୍ଲୀରୁ ଫେରି ଦେୟ ସଂଗରୋଧରେ ରହୁଥିଲେ। ନୟାପଲ୍ଲୀ ସବର ସାହିର ୨୦ ବର୍ଷୀୟ ମହିଳା ଓ ୧୫ ବର୍ଷିଅ ବାଳକ ନିକଟରେ ଦିଲ୍ଲୀରୁ ଫେରିଥିଲେ।

୧୭ ଜଣ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ତିନି ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ସେମଧ୍ୟରେ ପୁରୀ କେନାଲ ରୋଡସ୍ଥିତ ନହରକଣ୍ଟାର ୨୭ ବର୍ଷିଅ ପୁରୁଷ , ସ୍ଥାନୀୟ ସରକାରୀ ହସ୍‌ପିଟାଲର କର୍ମଚାରୀ ୩୨ ବର୍ଷିଅ ପୁରୁଷ ଏବଂ  ଜୟଦେବ ବିହାର ନିକଟ ସରଣାପଲ୍ଲୀ ଅଂଚଳରେ ରହୁଥିବା ଜଣେ ୩୭ ବର୍ଷୀୟ ମହିଳା ରହିଛନ୍ତି।