ଭୁବନେଶ୍ୱରରେ କରୋନା: କେତେ ସୁସ୍ଥ, କେତେ ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୧୫ ତାରିଖ ମଧ୍ୟ ରାତ୍ରୀ ଯାଏଁ ୬୭୩୪ ଟି ନମୁନା ପରୀକ୍ଷାର ରିପୋର୍ଟ ମିଳିଛି । ଏଥିରୁ ୬୦ ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ମୋଟ ୧୯ ଜଣ ସୁସ୍ଥ ହୋଇଥିବା ବେଳେ  ମାତ୍ର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ସର୍ବାଧିକ ୪୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୪ ଜଣ ସକ୍ରିୟ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ଯେ, କପିଳ ପ୍ରସାଦରେ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୂର୍ଯ୍ୟନଗର ଅଞ୍ଚଳରୁ ୮ ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଛନ୍ତି । ୟୁନିଟ-୫ରୁ ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୟୁନିଟ-୪ରେ ୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ସେହିଭଳି ସତ୍ୟନଗର ଅଞ୍ଚଳରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ବମିଖାଲରୁ ୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି । ବିଜେବି ନଗରର ଆକ୍ରାନ୍ତ ବ୍ୟକ୍ତି ଜଣକ ସୁସ୍ଥ ହୋଇଥିବା ବେଳେ ବଡ଼ଗଡ଼ ଗାଁର ଆକ୍ରାନ୍ତ ଜଣକ ମଧ୍ୟ ସୁସ୍ଥ ହୋଇଛନ୍ତି । ଜିମ ଖାନା ପାଲହାଇଟର ଆକ୍ରାନ୍ତ ଜଣକ ସୁସ୍ଥ ହୋଇଛନ୍ତି । ଝାରପଡ଼ାରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ସମଗ୍ର ରାଜ୍ୟରେ କରୋନା ଜନିତ ଏକମାତ୍ର ମୃତ୍ୟୁ ଘଟଣା।

ସମ୍ବନ୍ଧିତ ଖବର