ଭୁବନେଶ୍ବର ଉପଖଣ୍ଡରେ ୧୫୨ ଗୋରୁ ମୃତ, ମରିଛନ୍ତି ଲକ୍ଷାଧିକ ବ୍ରଏଲର କୁକୁଡ଼ା

Hindustan Times

ଭୁବନେଶ୍ବର : ‘ଫନି’ ଯୋଗୁଁ ଭୁବନେଶ୍ବର ଉପଖଣ୍ଡରେ ବହୁସଂଖ୍ୟାରେ ଗୋରୁ ପ୍ରାଣ ହରାଇଛନ୍ତି। ଏ ପର୍ଯ୍ୟନ୍ତ ୧୫୨ ଗୋରୁ ବାତ୍ୟାରେ ମରିଥିବା ତଥ୍ୟ ମିଳିଛି। ଏହାସହ ଲକ୍ଷାଧିକ ବ୍ରଏଲର କୁକୁଡ଼ାଙ୍କ ମୃତ୍ୟୁ ହୋଇଛି।

ପ୍ରାଣୀ ସଂପଦ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର ଉପଖଣ୍ଡରେ ୨୯ଗାଈ, ୧୦୩ ଛେଳି ଓ ମେଣ୍ଢା, ୩ ବଳଦ ଓ ୧୭ ବାଛୁରୀ ମରିଛନ୍ତି। ସେହିପରି ବାଲିପାଟଣା‌ରେ ୭୫ହଜାର, ବାଲିଅନ୍ତାରେ ୪୦ ହଜାର ଓ ଜଟଣୀରେ ୨୫ଶହ କୁକୁଡ଼ା ମରିଥିବା ତଥ୍ୟ ମିଳିଛି। ତେବେ ଖୋର୍ଧା ଜିଲ୍ଲାରେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। କିଛି ସ୍ଥାନରେ ମୃତ ଗୋରୁ ପଡ଼ିଥିବାରୁ ‌ସେସବୁ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ତେଣୁ ମୃତ ଜନ୍ତୁଙ୍କୁ ହଟାଇବା ଲାଗି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର