ସୌନ୍ଦର୍ଯ୍ୟକରଣ ପାଇଁ ଗଛ ଲାଗିଛି, ଷଣ୍ଢ ଉପାଡ଼ୁଛି

ଭୁବନେଶ୍ବର : ଗୋଟିଏ ପଟେ ବିଏମ୍‌ସି ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା କଡ଼ରେ ଓ ଡିଭାଇଡର୍‌ରେ ସୁନ୍ଦର ସୁନ୍ଦର ଗଛ ଲଗାଉଛି। ଏପଟେ ଷଣ୍ଢଙ୍କୁ ନିୟନ୍ତ୍ରଣ କରିପାରୁ ନଥିବାରୁ ଷଣ୍ଢ ସେହି ଗଛଗୁଡ଼ିକୁ ଦଳି ଚକଟି ମାରି ଦେଉଛନ୍ତି। ଏହା ଦେଖିବାକୁ ମିଳିଛି ଡମଣା ଛକ‌ ନିକଟରେ। ବିଏମ୍‌ସି ପକ୍ଷରୁ ଜୟଦେବ ବିହାର- ନନ୍ଦନକାନନ ରାସ୍ତାରେ ବହୁ ଦାମୀ ଏବଂ ସୁନ୍ଦର ଗଛ ଲଗା ଯାଇଥିଲା। କିନ୍ତୁ ଡମଣା ଅଞ୍ଚଳରେ ବୁଲୁଥିବା କେତେକ ଷଣ୍ଢ ଡିଭାଇଡର ଉପରେ ଚଢ଼ି ଏହାକୁ ଦଳିଚକଟି ଉପାଡ଼ି ଦେଉଛନ୍ତି। ଏପରିକି କେତେକ ବଡ଼ ଗଛକୁ ବି ଷଣ୍ଢ ମୁଣ୍ଡରେ ଧକ୍କା ମାରି ମାରି ଭାଙ୍ଗି ଦେଉଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ଏନେଇ କିଛି ପଦକ୍ଷେପ ନେଇପାରୁନାହାନ୍ତି। ବିଏମ୍‌ସି ପକ୍ଷରୁ ଗୃହପାଳିତ ଗାଈଗୋରୁଙ୍କ କାନରେ ଟ୍ୟାଗ୍ ଲଗାଯାଇଥିବାବେଳେ ଷଣ୍ଢଙ୍କୁ ଜାମୁକୋଳିସ୍ଥିତ କାଞ୍ଜିଆହୁଦାକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରିଛି। କିନ୍ତୁ କାଞ୍ଜିଆହୁଦା ଉଦ୍‌ଘାଟନ ହୋଇପାରି ନଥିବାରୁ ଷଣ୍ଢଙ୍କୁ ରାଜଧାନୀ‌ ରାସ୍ତାରୁ ହଟାଯାଇପାରୁନି।

ସମ୍ବନ୍ଧିତ ଖବର