ଅଗ୍ନିକାଣ୍ଡରେ ୨ ଗାଇ ଜୀବନ୍ତ ଦଗ୍ଧ, ୫ ଗୁରୁତର

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ରାଜସ ପ୍ରଧାନ ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି | ଉକ୍ତ ଗ୍ରାମର ଶତ୍ରୁଘନ ସ୍ୱାଇଁ, ଲକ୍ଷ୍ମଣ ସ୍ୱାଇଁ, ସନାତନ ସ୍ୱାଇଁଙ୍କ ୩ ବଖରା ଗୁହାଳ ପୋଡି ପାଉଁଶ ହୋଇ ଯାଇଛି | ନିଆଁରେ ପୋଡି ୨ ଗାଈ ଜୀବନ୍ତ ଦଗ୍ଧ ହେବା ସହ ୫ରୁ ଅଧିକ ଗୁରୁତର ହୋଇଛନ୍ତି | ବାଲିପାଟଣା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା ଜଣାପଡିଛି |

ସମ୍ବନ୍ଧିତ ଖବର