ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଜାତୀୟ କୁକ୍କୁଟ ବିକାଶ ସଙ୍ଗଠନ (ସିପିଡିଓ)କୁ ନରାଜ-ତଳଗଡ଼ ମଧ୍ୟରେ ସ୍ଥାନାନ୍ତର ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ଦିନ ହେଲା ଏହି ଅଞ୍ଚଳରେ ଗଛ କଟାଯିବା ସହ ମାଟି ସମତୁଲ କରାଯାଉଛି। ୩ରୁ ୪ଟି ଜେସିବି ନିୟୋଜିତ ହୋଇଛି। ମହାନଦୀକୁ ଲାଗି ଥିବା ଏହି ଅଞ୍ଚଳରେ ଗଛ କଟାଯିବାକୁ ନେଇ ପରିବେଶ ପ୍ରେମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ପ୍ରତିବାଦ ଜଣାଇଛନ୍ତି। ଏପରିକି ସୋସିଆଲ ମିଡିଆରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟୁଇଟ୍ କରି ଗଛଗୁଡ଼ିକର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ପିପୁଲ୍ ଫର ଆନିମଲ୍ ସଙ୍ଗଠନ ପକ୍ଷରୁ ଏଭଳି ଘଟଣାକୁ ନିନ୍ଦା କରାଯାଇଛି। ମୟୂର ଓ ବୃକ୍ଷର ସୁରକ୍ଷାର ପ୍ରଶ୍ନ ଉଠୁଥିବାରୁ ଏନେଇ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସଙ୍ଗଠନର ସଦସ୍ୟମାନେ ଯୋଜନା କରିଛନ୍ତି। ସବୁଆଡ଼ୁ ବିରୋଧ ପରେ ବି ପ୍ରଶାସନ ଜିଦିରେ ଅଟଳ ରହିଛି। ଆଜି ମଧ୍ୟ କଟକ ଜିଲ୍ଲା ପ୍ରଶାସନର କେତେଜଣ ବରିଷ୍ଠ ଅଧିକାରୀ ପହଞ୍ଚି ଜାଗା ବୁଲି ଦେଖିଛନ୍ତି। ଦରକାର ପଡ଼ିଲେ ୪୦ ଏକରରୁ ଅଧିକ ଜମି ନେବାର ଯୋଜନା ଥିବା ନେଇ ଅଧିକାରୀମାନେ କହିଛନ୍ତି। ବିରୋଧ, ପ୍ରତିବାଦ ପରେ ବି ଦୁଇ ଦିନ ମଧ୍ୟରେ ଏହି ଅଞ୍ଚଳରୁ ୨୦୦ ଗଛ କଟାଯାଇଛି। ଏଥିରେ କାଜୁ, ଆକାଶିଆ, ଝାଉଁ ପରି ମୂଲ୍ୟବାନ ଗଛ ରହିଛି। ଗଛ କଟାଯିବା ଦ୍ୱାରା ୯୦ ଦଶକରୁ ଏହି ଅଞ୍ଚଳରେ ବାସ କରୁଥିବା ୧୨୮ଟି ମୟୂରଙ୍କ ଜୀବନ ପ୍ରତିି ଏବେ ବିପଦ ସୃଷ୍ଟି ହୋଇଛି।
ନରାଜକୁ ସିପିଡିଓ ସ୍ଥାନାନ୍ତର ପ୍ରସଙ୍ଗ : ଦୁଇ ଦିନରେ ବଳିପଡ଼ିଲା ୨୦୦ ଗଛ
/sambad/media/post_attachments/wp-content/uploads/2018/07/kesab-tree.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)