ତେଲ ଦରବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ଭୁବନେଶ୍ବର: କରୋନା ମହାମାରୀର ସଙ୍କଟ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍‌ର ଟିକସ ବୃଦ୍ଧି କରିବାରୁ ତେଲ ଦରବୃଦ୍ଧି ଘଟିଛି। ଏହର ପ୍ରତିବାଦରେ ଆଜି ସିପିଆଇ ପକ୍ଷରୁ ଅଶୋକ ନଗରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳୀୟ କର୍ମୀମାନେ ପ୍ଲାକାର୍ଡ ଧରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧ‌ରେ ନାରାବାଜି କରିଥିଲେ। ସିପିଆଇର ଜୋନ୍ ସମ୍ପାଦକ ସୁର ଜେନା ତେଲ ଦର ବୃଦ୍ଧିକୁ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଆକ୍ରମଣ ବୋଲି ମତ ଦେବା ସହ ଦରବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ତାଲାବନ୍ଦର କଟକଣାରେ ସାମାଜିକ ଦୂରତାକୁ ବଜାୟ ରଖି ସିପିଆଇର କର୍ମୀ କୈଳାସ ପୁହାଣ, ଯୁଧିଷ୍ଠିର ପାତ୍ର, ଡାକ ହେମ୍ବ୍ରମ, ଛେତମ୍ବର ଭୋଇ, ଲୋକନାଥ ଭୋଇ, କାର୍ତ୍ତିକ ସେଠୀ, ପବିତ୍ର ସ୍ବାଇଁ ପ୍ରମୁଖ ବିକ୍ଷୋଭ କରିଥିଲେ।

ସମ୍ବନ୍ଧିତ ଖବର