ଦିଲ୍ଲୀ ପୁଲିସର ଷଡ୍‌ଯନ୍ତ୍ର ବିରୋଧରେ ସିପିଆଇର ପ୍ରତିବାଦ

ଭୁବନେଶ୍ବର: ସିପିଆଇ(ଏମ୍)ର ସାଧାରଣ ସଂପାଦକ ସୀତାରାମ ୟେଚୁରି, ସ୍ବରାଜ ଅଭିଯାନର ସଭାପତି ଯୋଗେନ୍ଦ୍ର ଯାଦବ, ଜେଏନ୍‌ୟୁର ପ୍ରଫେସର୍‌ ଜୟତୀ ଘୋଷ, ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଫେସର୍‌ ଅପୂର୍ବାନନ୍ଦ ଓ ବୃତ୍ତଚିତ୍ର ନିର୍ମାତା ରାହୁଲ ରାୟଙ୍କୁ ଦିଲ୍ଲୀ ସାଂପ୍ରଦାୟିକ ଦଙ୍ଗା ମାମଲାରେ ଯୋଡ଼ିବା ପାଇଁ ଦିଲ୍ଲୀ ପୁଲିସ୍‌ ଷଡ଼୍‌ଯନ୍ତ୍ର କରୁଛି। ଏପରି ଅଭିଯୋଗ କରି ଆଜି ସିପିଆଇ(ଏମ୍‌) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଜେପି ଓ ଆର୍‌ଏସ୍ଏସ୍ ନେତାମାନେ ଦଙ୍ଗା ପାଇଁ ଉତ୍ତେଜକ ଭାଷଣ ଦେଉଥିବାର ପ୍ରମାଣ ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅପରପକ୍ଷେ ପ୍ରତିବାଦ, ସମାଲୋଚନା ଓ ଭିନ୍ନ ମତ ଦେଉଥିବା ରାଜନେତା, ବୁଦ୍ଧିଜୀବୀ, ସାମ୍ବାଦିକ, ସାମାଜିକ କର୍ମୀ ଓ ଛାତ୍ରଛାତ୍ରୀମାନଙ୍କ କଣ୍ଠରୋଧ କରିବାକୁ ଉଦ୍ୟମ କରାଯାଉଛି।

ଏହି ବିକ୍ଷୋଭରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ଜଗନ୍ନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ରବି ଦାସ, ସୁଧୀର ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ସୁର ଜେନା, ଅବକାଶ ସାହୁ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ଅମୀୟ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର