ଭୁବନେଶ୍ୱର: ଅନ୍ତର୍ଜାତୀୟ ବଜାରରେ ତୈଳଦର କମ୍ଥିବା ବେଳେ ଭାରତରେ ଡିଜେଲ ଓ ପେଟ୍ରୋଲର କ୍ରମାଗତ ଦରବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଅଶୋକନଗରସ୍ଥିତ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିପିଆଇର ଜୋନ୍ ସଂପାଦକ ସୁର ଜେନା ଯୋଗ ଦେଇ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ କମାଇବାକୁ ଦାବି କରିଛନ୍ତି। ଏଥିରେ କୈଳାସ ପୁହାଣ, ବାସନ୍ତି ପ୍ରଧାନ, ପ୍ରଣତି ମହାନ୍ତି, ରୀତା ସେଠୀ, ସସ୍ମିତା ନାୟକ, ସବିତା ବେହେରା, ଛେତମ୍ବର ଭୋଇ, ଲୋକନାଥ ଭୋଇ, ଶରତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।
ତୈଳଦର ବୃଦ୍ଧି ବିରୋଧରେ ସିପିଆଇର ବିରୋଧ
/sambad/media/post_attachments/wp-content/uploads/2018/06/m6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)