ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ସିପିଆଇର ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ। କର୍ମୀମାନେ ପ୍ଲା’କାର୍ଡ ଧରି ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡ଼ିଶା ସରକାର ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗ୍ରାହକଙ୍କ ଶୁଳ୍କ ରିହାତି ପ୍ରତ୍ୟାହାର କରିନେଲେ ଓ ଶୁଳ୍କ ହାର ୟୁନିଟ୍ ପିଛା ୨୦ପଇସା ବୃଦ୍ଧି କରି କେବଳ ଘରୋଇ କମ୍ପାନିର ଲାଭ ଗ୍ୟାରେଣ୍ଟି ପାଇଁ ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ବୋଝ ଲଦି ଦେଇଛନ୍ତି। ଏହାସହ ଅନ୍ୟ ରାଜ୍ୟରେ ବିଦ୍ୟୁତ୍‌ ଦର କମ୍ ଥିବା ବେଳେ ଓଡ଼ିଶାରେ ବୃଦ୍ଧି କାହିଁକି? କରୋନା ମହାମାରୀ ସମୟରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କାହା ସ୍ବାର୍ଥରେ? କମ୍ପାନି ପ୍ରତି ରାଜ୍ୟ ସରକାରଙ୍କ ଏ ଅନୁକମ୍ପା କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ସିପିଆଇ ଜୋନ୍ ସମ୍ପାଦକ ସୁର ଜେନା। ବିକ୍ଷୋଭରେ କୈଳାସ ପୁହାଣ, ଲୋକନାଥ ଭୋଇ, ସୁଷମା ଭୋଇ, ଛେତମ୍ବର ଭୋଇ, ପଞ୍ଚାନନ ସାହୁ, ଶିବ ବେହେରା ଓ ଡାକ ହେମ୍ବ୍ରମ୍‌ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର