ଆଳୁଠାରୁ ଆରମ୍ଭ କରି ଚିକେନ୍ ଓ ମଟନ୍ ପୁଚକା ବା ଗୁପଚୁପ୍ ଆପଣ ଖାଇଥିବେ। ମାତ୍ର କେବେ କଙ୍କଡ଼ା ଗୁପଚୁପ୍ ଖାଇଛନ୍ତି? ଏଭଳି ନିଆରା ଗୁପ୍ଚୁପ୍ ଭେଟି ଦେଉଛି ନୂଆପଲ୍ଲୀସ୍ଥିତ କ୍ରିଷ୍ଣା ପ୍ଲାଜାରେ ଖୋଲିଥିବା ‘ଚାଏ ବ୍ରେକ’୍ ରେସ୍ତୋରାଁ। କୋଲକାତାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ଏହି ଖାଦ୍ୟ ମିଳୁଥିବା ବେଳେ ଏହାର ନାମକରଣ କରାଯାଇଛି କ୍ରାବ୍ ପୁଚ୍କା। କଙ୍କଡ଼ାକୁ ଭଲ କରି ଧୋଇ ତାକୁ ପତଳା ପତଳା କରି ପିସ୍ କରି ସିଝାଇ ତାକୁ ତେଲରେ ଅଳ୍ପ ଫ୍ରାଏ କରାଯାଏ। ପରେ ସେଥିରେ ଲେମ୍ବୁ ପତ୍ର, ଥାଇ କଡ଼ି ପେଷ୍ଟ, ନଡ଼ିଆ କ୍ଷୀର ଓ ଆବଶ୍ୟକ ମସଲାକୁ ମିଶାଇ ଷ୍ଟପିଙ୍ଗ୍ ପ୍ରସ୍ତୁତ କରାଯାଏ। ଏହାକୁ ପୁଚକା ବା ଗୁପଚୁପ୍ ଭିତରେ ପୁର ଭଳି ଦେଇ ଗ୍ରାହକଙ୍କୁ ପରସା ଯାଏ। ଏହା ସହିତ ପ୍ଲେଟ୍ କଡ଼ରେ କ୍ରାନ୍ବେରି, ଆମ୍ଭ, ମସଲା କୋଲା, ପିଜୁଳି ରସ, ପୋଦିନା ପାଣି, ଜଲଜିରା ଓ ସପୁରୀ ରସକୁ ଦେଇ ପରସା ଯାଏ। ପ୍ଲେଟ୍ରେ ୫ଟି ପିସ୍ ରହୁଥିବା ବେଳେ ଏହାର ଦାମ୍ ରହିଛି ମାତ୍ର ୧୭୫ଟଙ୍କା। ଏହି ପ୍ଲେଟ୍ରେ ଗ୍ରାହକ ବିଭିନ୍ନ ଫଳ ରସର ମଜା ମଧ୍ୟ ପାଇଥାନ୍ତି। ତେବେ ବିନା ଜଲଜିରା ପାଣିରେ ଗୁପ୍ଚୁପର ସ୍ୱାଦ ଅର୍ଥହୀନ ବୋଲି ଚାଏ ବ୍ରେକ୍ର ସେଫ୍ ସୁଦୀପ୍ତ ସାହା କହିଛନ୍ତି।
ଚାଏ ବ୍ରେକ୍ର ‘କ୍ରାବ୍ ପୁଚକା’
/sambad/media/post_attachments/wp-content/uploads/2018/09/puchka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)