ଖଣ୍ଡଗିରି: ସ୍ଥାନୀୟ ସତ୍ୟସାଇ ସେବାସଂଘ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡା ତାଜା ଆଜି ଗଳି ପଡ଼ିଛି। ଏହି ଅଘଟଣରେ କୌଣସି ପିଲାଙ୍କର କିଛି କ୍ଷତି ହୋଇନାହିଁ। ପିଲାମାନେ ଶ୍ରେଣୀଗୃହରେ ପଢ଼ୁଥିବାବେଳେ ଏପରି ଘଟିଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖବର ପାଇ ଖୋର୍ଧା ଡିପିସି ଓ ବିଭାଗୀୟ ଇଂଜିନିୟରମାନେ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଅଭିଭାବକମାନଙ୍କ ଅଭିଯୋଗ ଅନୁସାରେ ଏହି ବିଦ୍ୟାଳୟଟିର ସମସ୍ତ ଶ୍ରେଣୀଗୃହ ବିପଦସଂକୁଳ ଅବସ୍ଥାରେ ରହିଛି। କାନ୍ଥରେ ଫାଟ ସୃଷ୍ଟି ହୋଇଥିବାବେଳେ ଛାତ ତଳୁ ଲୁହା ରଡ୍ ଦେଖାଗଲାଣି। ଦୀର୍ଘ ବର୍ଷ ହେଲା ଏହି କୋଠାଘର ଏମିତି ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ପିଲାମାନେ ଏହି ବିପଜ୍ଜନକ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି। ସର୍ବଶିକ୍ଷା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ ହେଁ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ଖୋର୍ଧା ଡିପିସିଙ୍କ କହିବା କଥା ଯେ ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଖୁବ୍ ଶୀଘ୍ର ମରାମତି କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଗଳିପଡ଼ିଲା ସ୍କୁଲ୍ ତାଜା, ଅଳ୍ପକେ ବର୍ତିଲେ ପିଲା
/sambad/media/post_attachments/wp-content/uploads/2018/08/arjun-school.jpg)