ଭୁବନେଶ୍ୱର: ଉତ୍ତର ଆଧୁନିକ ସାହିତ୍ୟରେ କଥାକାରଙ୍କ ସ୍ୱର କମିଯାଉଛି। ବରଂ ପାଠକର ଅର୍ଥ ଓ ବିଶ୍ଲେଷଣ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରୁଛି। ଯେଉଁଥିପାଇଁ ପାଠକ ଓ ଲେଖକ ମଧ୍ୟରେ ନୂଅ ସମୀକରଣର ସୃଷ୍ଟି ହେଉଛି। ତାହାକୁ ନଜରରେ ରଖି ବର୍ତମାନର ସାହିତ୍ୟିକମାନେ ସାହିତ୍ୟ ସୃଷ୍ଟି କରିବା ସମୟରେ ଏଥିପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ସ୍ନାତକୋତ୍ତର ବିଭାଗ ପକ୍ଷରୁ ତିନି ଦିନ ଧରି ଚାଲିଥିବା ‘ପଲିଟିକ୍ସ ଆଣ୍ଡ ଲେଟରସ୍: ଦି ଫଙ୍ଗସନ୍ ଅଫ୍ କ୍ରିଟିସିଜିମ୍ ଆଟ୍ ଦି ପ୍ରେଜେଣ୍ଟ ଟାଇମ୍’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ପଟ୍ଟନାୟକ ଏହା କହିଛନ୍ତି।
‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇ କହିଲେ, ମାତୃଭାଷାକୁ ଭଲ ପାଇବା ମାନେ ନୁହେଁ ଯେ ଅନ୍ୟ ଭାଷାକୁ ଘୃଣା କରିବା। ନିଜ ଭାଷାରେ ଦକ୍ଷ ହୋଇପାରିଲେ ହିଁ ଜଣେ ଅନ୍ୟ ଭାଷାରେ ସୁଦୃଢ଼ ହୋଇପାରିବ। ଆଗରୁ ଇଂରାଜୀ ଓ ଗଣିତ ବିଷୟରେ ଦକ୍ଷ ଶିକ୍ଷକ ରହିଥିଲେ। କିନ୍ତୁ ବର୍ତମାନ ଉକ୍ତ ଦୁଇ ବିଷୟରେ ଆଗଭଳି ଭଲ ଅଧ୍ୟାପକ ନ ମିଳିବା ବୌଦ୍ଧିକ ସଙ୍କଟ ସୃଷ୍ଟି କରିଛି। ନୃତତ୍ତ୍ୱବିଜ୍ଞାନ ବିଭାଗ ପ୍ରଫେସର କିଶୋର ବାସା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମିଳନୀର ନିର୍ଦେଶକ ତଥା ଇଂରାଜୀ ବିଭାଗ ପ୍ରଫେସର ହିମାଂଶୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ଦେଇ ସମ୍ମିଳନୀର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ଅସୀମ ରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀର ଶେଷ ଦିନରେ ଆଜି ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ପାଠକ ଓ ଲେଖକ ମଧ୍ୟରେ ସୃଷ୍ଟି ହେଉଛି ନୂଆ ସମୀକରଣ
ବାଣୀବିହାରରେ ଇଂରାଜୀ ବିଭାଗ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଯାପିତ
/sambad/media/post_attachments/wp-content/uploads/2018/01/m21-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)