ଜଟଣୀ: ପୂର୍ବତଟ ରେଳ ସ୍ପୋର୍ଟସ୍ ଆସୋସିଏସନ୍ ଖୋର୍ଦ୍ଧାରୋଡ୍ ପକ୍ଷରୁ ରେଳବାଇ ଷ୍ଟାଡିୟମ୍‌ରେ ଅନ୍ତର୍ବିଭାଗୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ୧୨ଟି ବିଭାଗର ରେଳ କର୍ମଚାରୀ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟକୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରୟ, ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡ୍‌ର ସଭାନେତ୍ରୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳପ୍ରବନ୍ଧକ (ଓପି) କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଇନ୍‌ଫ୍ରା) ଶୁଭ୍ରଜ୍ୟୋତି ମଣ୍ଡଳ, କ୍ରୀଡ଼ା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ହିମାଦ୍ରି ଭୂଷଣ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

Advertisment

ପ୍ରଥମ ମ୍ୟାଚ୍ ବାଣିଜ୍ୟ ଓ ବିତ୍ତ ବିଭାଗ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ ମେଡିକାଲ ଓ ମେକାନିକାଲ୍ ବିଭାଗ ମଧ୍ୟରେ ହୋଇଥିଲା। ଟୁର୍ଣ୍ଣାମେଣ୍ଟକୁ କ୍ରୀଡ଼ା ସଚିବ ଏମ୍‌.ଡି ଜାକିରୁଦ୍ଦିନ୍ ଓ ଖୋର୍ଦ୍ଧାରୋଡ୍ କ୍ରୀଡ଼ା ସଙ୍ଗଠନର ସଦସ୍ୟମାନେ ପରିଚାଳନା କରିଥିଲେ। ଏହି ଅବସରରେ ଶ୍ରୀ ରୟ ରେଳବାଇ ଷ୍ଟାଡିୟମ୍‌ରେ ୧ ହଜାର ୱାଟ୍‌ର ୫୪ଟି ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ।