୨୬୨ ମୋବାଇଲ ଫୋନ ଓ ୭୦ ଗାଡ଼ି ଜବତ ହେଲାଣି
କଟୁରି ଓ ବୋଲେରୋ ଗ୍ୟାଙ୍ଗର କରିଥିଲେ ପର୍ଦ୍ଦାଫାସ୍
ଭୁବନେଶ୍ବର : ରାଜଧାନୀରେ ଚୋର, ଲୁଟେରା ଓ ରାଜରାସ୍ତାରେ ଅପରାଧ ଘଟାଉଥିବା ଅପରାଧୀଙ୍କୁ ମାତ୍ ଦେବା ପାଇଁ ତିଆରି ହୋଇଥିଲା ସ୍ପେସାଲ ୬୦ ଓ ପିଓପିଡି (ପ୍ରପର୍ଟି ଅଫେନ୍ସ ପ୍ରିଭେନସନ୍ ଆଣ୍ଡ ଡିଟେକ୍ସନ୍) ଟିମ୍। ଏହି ଟିମ୍ ଏବେ କମିସନରେଟ ପୁଲିସକୁ ଅପରାଧ ମୁକାବିଲା କରିବାରେ ବଳ ଯୋଗାଉଛି। ଲୁଟ୍ ଓ ଚୋରି ଭଳି ସମ୍ପତ୍ତି ଲୁଟ୍ ମାମଲାରେ ଅପରାଧୀଙ୍କୁ କମିସନରେଟ ପୁଲିସ ପାଇଁ ଅଧିକ ସହଜ ହେଉଛି।
ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ଓ ଏପ୍ରିଲ ମାସରେ ରାଜଧାନୀରେ ୩ଶହରୁ ଅଧିକ ଚୋରି, ସିନ୍ଧିଚୋରି, ଲୁଟ୍ ଭଳି ମାମଲା ଘଟିଛି। ତେବେ ସ୍ପେସାଲ ୬୦ ଏବଂ ପିଓପିଡି ଟିମ୍ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨୬୨ଟି ମୋବାଇଲ ଫୋନ୍ ଉଦ୍ଧାର କରିପାରିଛନ୍ତି। ସେହିପରି ୩୬୫ ଗ୍ରାମ ସୁନା ଅଳଙ୍କାର, ୧୮ କେଜି ରୁପା, ନଗଦ ୨ ଲକ୍ଷ ୨୬ ହଜାର ଟଙ୍କା, ୭୭୨ ଲିଟର ମଦ, ୧୬୦ ଗ୍ରାମ ବ୍ରାଉନସୁଗାର ଓ ଦେଢ଼ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସମର୍ଥ ହୋଇଛନ୍ତି। କଟକ-ଭୁବନେଶ୍ବର ଟୁଇନ୍ ସିଟିରେ କଟୁରି ଧରି ଲୋକଙ୍କୁ ଆକ୍ରମଣ କରି ଲୁଟୁଥିବା ଗ୍ୟାଙ୍ଗ ଓ ବୋଲେରୋ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିପାରିଥିଲେ। ଏମାନଙ୍କ କାମକୁ ପୁଲିସ ଡିଜି ମଧ୍ୟ ପ୍ରଶଂସା କରିଛନ୍ତି। ତେଣୁ ଆଗାମୀ ଦିନରେ ଏହି ଯୋଜନା ଅନ୍ୟ କିଛି ଅପରାଧପ୍ରବଣ ଓ ପ୍ରମୁଖ ପୁଲିସ ଜିଲ୍ଲାରେ ଲାଗୁ କରିବା ପାଇଁ ମଧ୍ୟ ଯୋଜନା ହେଉଥିବା ଜଣାପଡ଼ିଛି।
ସ୍ପେସାଲ ସିକ୍ୟୁରିଟି ବାଟାଲିଅନର ବଛା ବଛା ୬୦ଜଣ ଯୁବ ସିପାହୀ ଓ ହାବିଲଦାରଙ୍କୁ ନେଇ ସ୍ପେସାଲ ୬୦ ଗଠନ ହୋଇଥିଲା। ଏମାନଙ୍କୁ ନେଇ ୧୫ଟି ଟିମ୍ ହୋଇଥିବା ବେଳେ ପ୍ରତି ଟିମରେ ୪ଜଣ ଲେଖାଏଁ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/police-ad.jpg)