ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଟଙ୍କପାଣି ବ୍ରିଜ ଉପରେ ଆଜି ସଂଧ୍ୟାରେ ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ହାଣି ଫେରାର ହୋଇଯାଇଛନ୍ତି। ଆହତ ଯୁବକ ହେଲେ ଅଶିଘର ସାହିର ପ୍ରଫୁଲ୍ଲ ସାହୁ (କାଳିଆ)। ତାଙ୍କ ଡାହାଣ ହାତ ପାପୁଲି ଗଭୀର କ୍ଷତାକ୍ତ ହୋଇଛି। ଦୁଇଜଣ ଯୁବକ ଆକ୍ରମଣ କରି ଭୁବନେଶ୍ବର ଅଭିମୁଖେ ପଳାଇଥିବା ଉକ୍ତ ବଜାରର ଜଣେ ବ୍ୟବସାୟୀ କହିଛନ୍ତି। ବେକକୁ ଚୋଟ ମାରିବା ବେଳେ ପ୍ରଫୁଲ୍ଲ ହାତ ଦେଖାଇ ଦେବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଥିବା ସୂଚନା ମିଳିଛି। ତେବେ ଆକ୍ରମଣ ବେଳେ ସେ ଭାରସାମ୍ୟ ହରାଇ ବାଇକ୍ରୁ ଛିଟିକି ପଡ଼ି ସଂକଟାପନ୍ନ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ ପ୍ରଫୁଲ୍ଲଙ୍କର ରଥିଜେମା ଭଗବତୀ ବଜାର ନିକଟରେ ଏକ ମୋବାଇଲ ଦୋକାନ ଅଛି। ଆଜି ସଂଧ୍ୟାରେ ସେ ବ୍ରିଜ ଉପରେ ଯାଉଥିବା ବେଳେ ଦୁର୍ବୃତ୍ତଦ୍ବୟ ତାଙ୍କୁ କଟୁରିରେ ଅତର୍କିତ ଆକ୍ରମଣ କରିଥିଲେ।
ଟଙ୍କପାଣି ବ୍ରିଜ ଉପରେ ଯୁବକଙ୍କୁ ହାଣି ଦୁର୍ବୃତ୍ତ ଫେରାର
/sambad/media/post_attachments/wp-content/uploads/2021/10/resize-1635497740226499443murderknifecrimestabgeneric6501_202110712916.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)