ଅନିଲ ଜେନା ଓରଫ ପପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାପି ଜନ୍ମମାସରେ ପାଲଟିଯାଏ ନରହନ୍ତା !

ଖଣ୍ଡଗିରି : ସ୍ଥାନୀୟ ବାହାଦଲପୁର ଅନିଲ ଜେନା ଓରଫ ପପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭରତ ସାହୁ ଓରଫ ବାପିକୁ ନେଇ ଏବେ ଖଣ୍ଡଗିରି ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଦୁଇ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡରେ ସିଧାସଳଖ ଜଡ଼ିତ ହୋଇଥିବାରୁ ତାକୁ ନରହନ୍ତା ବୋଲି ଲୋକେ କହିଲେଣି। ତେବେ ବାପି ନିଜ ଜନ୍ମଦିନରେ କିଭଳି ନରହନ୍ତା ପାଲଟିଯାଏ, ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର୍ ଧରିଛି। କାରଣ ଦୁଇ ଦୁଇଟି ହତ୍ୟାକାଣ୍ଡ ସେ ନିଜ ଜନ୍ମ ମାସ ନଭେମ୍ବରରେ ହିଁ ଘଟାଇଛି।

୨୦୧୪ ନଭେମ୍ବର ୨ ତାରିଖରେ ସେ ନିଜ ଗାଁର ସୁଧ କାରବାର କରୁଥିବା ସୋନୁ ପରିଜାକୁ ହତ୍ୟା କରିଥିଲା। କୁହାଯାଏ ସେଦିନ ବାପିର ଜନ୍ମଦିନ ଥିଲା। ତେଣୁ ବାପି ତା’ର ସାଙ୍ଗମାନଙ୍କୁ ଧରି ରଘୁନାଥନଗରର ଏକ ନିଛାଟିଆ ଘରେ ଭୋଜିର ଆୟୋଜନ କରିଥିଲା। ଜନ୍ମଦିନ ଭୋଜିଭାତର ଆସର ଚାଲିଥିଲା ବେଳେ ବାପି ଓ ତା’ର ଅନ୍ୟ ୩ ସହଯୋଗୀ ହଠାତ୍ ସୋନୁକୁ ମାଡ଼ି ବସି ଚାପଡ଼ରେ ହାଣି ପକାଇଥିଲେ। ହତ୍ୟା କରିବା ପରେ ସେମାନେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇ ପଲିଥିନ୍‌ ପୁଡ଼ିଆରେ ଭର୍ତି କରି ଧଉଳି ପାହାଡ଼ ନିକ‌ଟରେ ଏଣେତେଣେ ଫିଙ୍ଗି ପକାଇଥିଲେ। ପରେ ପୁଲିସ ବାପି ଓ ତା’ର ୩ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଠିକ୍‌ ସେହିଭଳି ପପୁ ଜେନାକୁ ବି ବାପି ନଭେମ୍ବର ମାସରେ ହତ୍ୟା କରିଛି। କୁହାଯାଉଛି ବୁଧବାର ଦିନ ବାପି ପୁରୀରେ ସାଙ୍ଗମାନଙ୍କ ସହ ନିଜ ଜନ୍ମଦିନ ପାଳନ କରିଥିଲା। ଗୁରୁବାର ସକାଳେ ଗାଁକୁ ଫେରିଲା ଓ ସନ୍ଧ୍ୟାରେ ପପୁକୁ ତାଙ୍କ ନିଜ ଘର ସମ୍ମୁଖରେ ଗୁଳି କରି ହତ୍ୟା କଲା।

ସମ୍ବନ୍ଧିତ ଖବର