ସାମ୍ବାଦିକଙ୍କ ଘରେ ଆତଙ୍କ ଖେଳାଇଲା ଦୁର୍ବୃତ୍ତ: ଫାଟକ ଭାଙ୍ଗି ପଶିଲା, ବୁଲେଟ୍‌ ଭାଙ୍ଗିଲା

ଭୁବନେଶ୍ବର: ରାଜଧାନୀରେ ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଆଜି ରାତିରେ ୟୁନିଟ୍-୨ ସରକାରୀ କ୍ବାର୍ଟର୍ସ ନଂ ଭିଏ ୨୦/୪ରେ ରହୁଥିବା ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ଘରେ ଜଣେ ଦୁର୍ବୃତ୍ତ ବ୍ୟାପକ ଭଙ୍ଗାରୁଜା କରିଛି। ସେ ଲୁହା ଫାଟକ ଭାଙ୍ଗି ଭିତରେ ପଶିବା ସହ ବୁଲେଟ୍ (ଓଡି୦୨ଏୱାଇ-୭୬୭୨) ଭଙ୍ଗାରୁଜା କରିଥିଲା। କ୍ବାର୍ଟର୍ସ ପରିସରରେ ଥିବା ଫୁଲକୁଣ୍ଡ ମଧ୍ୟ ଭଙ୍ଗାରୁଜା କରିଛି। ଏହା ସହ ଗାଳିଗୁଲଜ ମଧ୍ୟ କରିଥିଲା। ଦୁର୍ବୃତ୍ତର ଏହି କାରନାମା ବେଳେ ଘର ଭିତରେ ଥିବା ଶ୍ରୀ ମହାନ୍ତି ଓ ତାଙ୍କ ପରିବାର ଲୋକ ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଛି। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳକୁ ଅନୁଧ୍ୟ‌ାନ କରିବା ସହ ତଦନ୍ତ ଜାରି ରଖିଛି। ଏଭଳି ଉନ୍ମତ୍ତକାଣ୍ଡ ଘଟାଇ ଅଚେତ ଅବସ୍ଥାରେ ପଡ଼ିଥିବା ମଦ୍ୟପକୁ ଧରି ପୁଲିସ ହସ୍ପିଟାଲରେ ଭର୍ତି କରିଛି।

ସମ୍ବନ୍ଧିତ ଖବର