ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବିଜେବି କଲେଜ୍ ପଛପାଖରେ ଜଣେ ଯୁବକକୁ ସଂଘ ବଦ୍ଧ ଭାବେ ଆକ୍ରମଣ ହୋଇଛି। ଯୁବକଟି ଅଳ୍ପକେ ବର୍ତି ଯାଇଥିବା ବେଳେ ତା ବାଇକ୍ଟିକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ ର୍ଫୋସ ମୁତୟନ କରାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ଛାନବିନ୍ ଆରମ୍ଭ କରିଛି। ପୁଲିସ ସୂଚନା ଅନୁଯାୟୀ ବଡ଼ଗଡ଼ ଗ୍ରାମର ରାକେଶ ମହାନ୍ତି(ଚିଣ୍ଟୁ) ଆଜି ବିଜେବି କଲେଜ୍ ପଛପାଖ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ୧୫ରୁ ୨୦ଜଣ ଯୁବକ ଖଣ୍ଡା ଓ ଠେଙ୍ଗା ଧରି ଆକ୍ରମଣ କରିବାକୁ ଆସିଥିଲେ। ତେବେ ଜୀବନ ବିକଳରେ ଚିଣ୍ଟୁ ବାଇକ୍ରେ ଯାଇଥିବା ବେଳେ ବାଇକ୍ ଷ୍ଟାଟ୍ ହୋଇନଥିଲା। ସେ ବାଇକ୍ଟିକୁ ଫୋପାଡି ପଳାଇଥିଲା। ତେବେ ଆକ୍ରମଣକାରୀ ଯୁବକମାନେ ଚିଣ୍ଟୁଙ୍କ ବାଇକ୍କୁ ପୋଡ଼ି ଦେଇଥିଲେ। ଏନେଇ ବଡ଼ଗଡ଼ ଥାନାରେ ଚିଣ୍ଟୁ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ତେବେ ପୂର୍ବ ଶତୃତାକୁ କେନ୍ଦ୍ରକରି ଏପରି ହୋଇଛି ବୋଲି ପୁଲିସ ଅନୁମାନ କରିଛି।
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ