ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଷ୍କର୍ମ, ହତ୍ୟା ଉଦ୍ୟମ, ବ୍ରାଉନ୍ସୁଗାର୍, ଗଞ୍ଜେଇ ଚାଲାଣ ଭଳି ଜଘନ୍ୟ ଅପରାଧରେ ସେମାନଙ୍କ ସମ୍ପୃକ୍ତି ଚିନ୍ତା ବଢ଼ାଇଲାଣି। ବିଶେଷ କରି ଦଲାଲ ଓ ଅପରାଧିମାନେ ସହଜରେ ନାବାଳକମାନଙ୍କୁ ପ୍ରଲୋଭିତ କରି ଅପରାଧ ଦୁନିଆରେ ସାମିଲ କରିଦେଉଛନ୍ତି। ଆଇନର ଗଳା ବାଟ ଦେଇ ବାଳ ଅପରାଧୀମାନେ ଖସି ଯାଉଛନ୍ତି। ଏହି ଧାରାରେ ରାଜଧାନୀରେ ବାଳ ଅପରାଧୀ ବୃଦ୍ଧି ପାଉଛନ୍ତି। ବାହାରୁ ମଧ୍ୟ ବାଳ ଅପରାଧୀମାନେ ରାଜଧାନୀ ଆସି ଅପରାଧ ଘଟାଉଛନ୍ତି। କିନ୍ତୁ ଭୁବନେଶ୍ବର କିମ୍ବା ଏହାର ପାଖ ଜିଲ୍ଲାରେ ବାଳସୁଧାର ଗୃହ ନଥିବାରୁ ନାବାଳକ ଅପରାଧୀଙ୍କୁ ଧରି ଜେଜେବିରେ ହାଜର କରିବାକୁ ଥାନା ଅଧିକାରୀ ବା ତଦନ୍ତ ଅଧିକାରୀ କୁନ୍ଥୁକୁନ୍ଥୁ ହେଉଛନ୍ତି। ବାଳ ଅପରାଧୀମାନେ ମଧ୍ୟ ପୁଲିସ କବଳରୁ ଫେରାର ହେବା ଭୟ ରହୁଥିବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଗାଡ଼ି କରାଯାଇ ବ୍ରହ୍ମପୁର ପଠାଯାଉଛି। ତେଣୁ ବାଳ ଅପରାଧୀମାନେ ବାରମ୍ବାର ବିଭିନ୍ନ ମାମଲାରେ ସଂପୃକ୍ତ ରହୁଥିଲେ ମଧ୍ୟ ସେମାନଙ୍କୁ ଥାନାକୁ ଡାକି ବୁଝାଇସୁଝାଇ ଛାଡ଼ି ଦେଉଛନ୍ତି। ତିନିଦିନ ତଳେ ଏକ ଗଞ୍ଜେଇ ଚାଲାଣରେ ଗିରଫ ନାବାଳକଙ୍କୁ ଧରିବା ଓ ବାଳ ସୁଧାରଗୃହରେ ଛାଡ଼ିବା ଅବକାରୀ ବିଭାଗକୁ ନାକେଦମ୍ ହେବାକୁ ପଡ଼ିଥିଲା। ଦୁଇ ନାବାଳକଙ୍କୁ ଅବକାରୀ ବିଭାଗ ଗୋଟିଏ ଦିନ ପୂର୍ବରୁ କନ୍ଧମାଳ ଯାଇ ତାଙ୍କ ସେମାନଙ୍କୁ ପିଛା କରିଥିଲେ। ଭୁବନେଶ୍ବରରେ ଦୁହିଁଙ୍କୁ କାବୁ କରିବା ପରେ ସେମାନଙ୍କୁ ଜେଜେବିରେ ହାଜର କରି ବ୍ରହ୍ମପୁରସ୍ଥିତ ବାଳସୁଧାର କେନ୍ଦ୍ରକୁ ନେଇ ସେଠାରେ ଛାଡ଼ି ଫେରିଥିଲେ। ଏହାରି ଭିତରେ କାବୁ କରିଥିବା ଅଧିକାରୀମାନେ ପ୍ରାୟ ୪୨ ଘଣ୍ଟା ଧରି ଅନିଦ୍ରା ରହିଥିଲେ।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
ବାଳ ଅପରାଧୀମାନଙ୍କୁ କାବୁ କରିବା ପରେ ସେମାନଙ୍କୁ ନେଇ ବିଭିନ୍ନ ନିୟମ ରହିଛି। ୩ ବର୍ଷରୁ କମ୍ ଦଣ୍ଡାଦେଶରେ ସେମାନଙ୍କ ନାମରେ ଏତଲା ଦାୟର ହୋଇପାରିବ ନାହିଁ। ଏହାସହିତ ୩ ବର୍ଷରୁ ୭ ବର୍ଷ ମଧ୍ୟରେ ଏତଲା ହୋଇପାରିବ।ଏହା ସହିତ ବାଳ ଅପରାଧୀଙ୍କ ପାଇଁ ବିଭିନ୍ନ କଡ଼ା ନିୟମ ରହିଛି। ସେମାନଙ୍କ ହାତରେ ହାତକଡ଼ି ପଡ଼ିବ ନାହିଁ। ସେମାନଙ୍କୁ ଥାନାରେ ମଧ୍ୟ ନିର୍ଦ୍ଦିଷ୍ଟ ସମୟଠାରୁ ଅଧିକ ସମୟ ରଖାଯାଇ ପାରିବ ନାହିଁ । ଗତ କିଛି ଦିନ ହେଲା ଭୁବନେଶ୍ବରରେ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିମାସରେ ପ୍ରାୟ ୧୦ରୁ ଅଧିକ ବାଳ ଅପରାଧୀ ବିଭିନ୍ନ ଥାନା ଦ୍ବାରା ଧରାପଡ଼ୁଛନ୍ତି। ତେଣୁ ଭୁବନେଶ୍ବରର ବାଳ ଅପରାଧୀଙ୍କୁ ଧରି ବ୍ରହ୍ମପୁର କିମ୍ବା ଅନୁଗୁଳ ବାଳ ସୁଧାରକେନ୍ଦ୍ରରେ ନେଇ ଛାଡ଼ିବା ପୁଲିସ କିମ୍ବା ତଦନ୍ତ ଅଧିକାରୀଙ୍କ ପାଇଁ କାଠିକର ପାଠ ହେଉଛି। ଏହାର ସୁଯୋଗ ନେଇ ବାଳ ଅପରାଧୀମାନେ ମଧ୍ୟ ଫେରାର ହୋଇ ଯାଉଛନ୍ତି। ଏହା ଦ୍ବାରା ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ଭୟ ରହୁଛି। ଦୂର ବାଟ ଯିବା ଦ୍ବାରା ବାଳ ଅପରାଧୀମାନେ ମଧ୍ୟ ହଇରାଣ ହେଉଛନ୍ତି।
ଏନେଇ ଅବସରପ୍ରାପ୍ତ ପୁଲିସ ଅଧିକାରୀ ହରିହର ପାଣି କହିଛନ୍ତି ଯେ ରାଜ୍ୟରେ ବାଳ ସୁଧାରଗୃହ ବୃଦ୍ଧି କରିବା ଆବଶ୍ୟକ ରହିଛି। ଏବେ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବାଳ ସୁଧାରଗୃହ ବୃଦ୍ଧି କରିବା ଉଚିତ। ରାଜ୍ୟର ବିଭିନ୍ନ ବିଶେଷ କରି କମିସନରେଟ ପୁଲିସରେ ଆଉ ଗୋଟିଏ ବାଳ ସୁଧାରଗୃହର ଆବଶ୍ୟକତା ରହିଛି।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/24/jail-2025-06-24-01-57-26.jpg)