ଚନ୍ଦ୍ରଶେଖରପୁର : ଦୟାୱେଷ୍ଟ କେନାଲ ଶାଖା ବୁଡୁନଈରୁ ଆଜି ଏକ ବିରଳ ସାମୁଦ୍ରିକ ମାଛ କ୍ରୋକୋଡାଇଲ୍ ଫିସ୍ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପାଖାପାଖି ଏକ ଫୁଟ୍ରୁରୁ ଅଧିକ ରହିଥିବା ବେଳେ ମାଛଟି ପ୍ରାୟ ଦୁଇ କେଜିରୁ ଅଧିକ ହେବ। ଓସ୍ତପଡ଼ା ଗ୍ରାମର ମୁନ୍ନା ଭୋଇ ନାମକ ଜଣେ ଯୁବକ ଏହି ମାଛକୁ ବନିଶି କଣ୍ଟାରେ ଧରିଛନ୍ତି। ଗଭୀର ନଦୀଜଳରେ ମାଛଟି ବନିଶି କଣ୍ଟାରେ ଲାଗିଯିବା ପରେ ମୁନ୍ନା ପାଣି ଭିତରକୁ ଡେଇଁ ଫାଶ କୂଳକୁ ଟାଣିଥିଲେ। ମାତ୍ର ମାଛଟି ଦେଖିବା ପାଇଁ ଭୟାନକ ଓ ତା’ ଦେହରେ ଅନେକ କଣ୍ଟାଥିବାରୁ ପାଣି ଭିତରୁ ଉଦ୍ଧାର କରିବାରେ ତାଙ୍କୁ କଷ୍ଟ ହୋଇଥିଲା। ପରେ ମାଛକୁ କୂଳକୁ ଆଣିବା ପରେ ଜଣାପଡ଼ିଥିଲା ଏହା ଏକ ସାମୁଦ୍ରିକ ମାଛ ଓ ଏହାର ନାମ କ୍ରୋକୋଡ଼ାଇଲ ଫିସ୍। ଆଜି ସଂଧ୍ୟାରେ ମୁନ୍ନା ମାଛଟିକୁ ମଞ୍ଚେଶ୍ବରରେ ଥିବା ଏକ ମାଛ ସଂଗ୍ରହାଳୟରେ ଛାଡ଼ି ଦେଇଛନ୍ତି।
ଦୟାୱେଷ୍ଟ କେନାଲ ଶାଖା ବୁଡ଼ୁନଈରୁ କ୍ରୋକୋଡାଇଲ୍ ଫିସ୍ ଉଦ୍ଧାର
/sambad/media/post_attachments/wp-content/uploads/2020/04/corcodile-fish.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)