ଭୁବନେଶ୍ବର: କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀ ବାଲିଯାତ୍ରା ପଡ଼ିଆ ନିକଟ ନଦୀରେ ଆଜି କିଛି ଲୋକ ଗାଧୋଉଥିବା ବେଳେ ନଦୀପଠାରେ ଏକ କୁମ୍ଭୀର ଶୋଇଥିବା ଦେଖିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ନଦୀ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟବାସିନ୍ଦା କୁମ୍ଭୀର ନଦୀପଠାରେ ଶୋଇଥିବାର ଦୃଶ୍ୟକୁ ନିଜ ମୋବାଇଲ୍‌ରେ ରେକର୍ଡ କରିଥିଲେ। ଅପରପକ୍ଷରେ କୁମ୍ଭୀର ଦେଖି ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ କୁମ୍ଭୀରର ଲମ୍ବ ପ୍ରାୟ ୮ ଫୁଟ ହେବ। 

Advertisment

ଲୋକଙ୍କ ପାଟି ଶୁଣି କୁମ୍ଭୀରଟି ନଦୀ ଭିତରକୁ ପଳାଇଯାଇଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ କୁମ୍ଭୀରକୁ ପାଇ ନଥିଲେ। ବର୍ଷା‌ ଦିନ ପରେ ଖାଦ୍ୟ ଅନ୍ବେଷଣ‌ରେ କୁମ୍ଭୀର ପଳାଇ ଆସନ୍ତି। କିଛି ଦିନ ପରେ ପୁଣି ସମୁଦ୍ରକୁ ଚାଲି ଯାଆନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କୁ ନଦୀ କିମ୍ବା ନଦୀ ଆଖପାଖ ଅଞ୍ଚଳକୁ ଯିବାକୁ ବନ ବିଭାଗ ପକ୍ଷରୁ ବାରଣ କରାଯାଇଛି।