ଭୁବନେଶ୍ୱର : କରୋନା କଟକଣା ମାନିବାକୁ ନିର୍ଦେଶନାମା ଜାରି ହୋଇଛି। ହେଲେ ଖୋଦ୍ ବିଦ୍ୟୁତ ବିଭାଗରେ ଚାକିରି ପାଇଁ ଆଜି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ପାଇଁ ଆଇଆର୍ସି ଭିଲେଜ୍ସ୍ଥିତ ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ-୨ ବାହାରେ ଶତାଧିକ ବ୍ୟକ୍ତି ଲମ୍ବା ଲାଇନ୍ ଲଗାଇଥିଲେ। ସାକ୍ଷାତକାର କରାଉଥିବା ଏଜେନ୍ସି ପକ୍ଷରୁ ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବନ୍ଦୋବସ୍ତ ହୋଇନଥିଲା। ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ୯ଟି କ୍ଷେତ୍ରରେ ନିଯୁକ୍ତି ପାଇଁ ସାକ୍ଷାତକାର ଆୟୋଜନ କରାଯାଉଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବିତରଣ ଓ ପରିଚାଳନା, ବିତରଣ ପ୍ରକଳ୍ପ, ପିସିଏସ୍, ଏଚ୍ଆର୍, କର୍ପୋରେଟ୍ କମ୍ୟୁନିକେସନ, କମ୍ୟୁନିଟି ରିଲେସନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଁ ସକାଳୁ ଅପରାହ୍ଣ ଯାଏ ଭିଡ଼ ଜମିଥିଲା। କଟକଣାର ସବୁ ନିୟମକୁ ଜଳାଞ୍ଜଳି ଦେଇ ସାକ୍ଷାତକାର କରାଯାଇଥିଲା।
ଭୁବନେଶ୍ୱର : କଟକଣାରେ ବି ସାକ୍ଷାତକାର ପାଇଁ ଭିଡ଼
/sambad/media/post_attachments/wp-content/uploads/2020/07/interview.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)