ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ଭିଡ଼ ଯୋଗୁଁ ମନ୍ଦିର ଭିତରେ ଓ ବାହାରେ ଲମ୍ବା ଧାଡ଼ି ହୋଇଥିଲା। ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସମେତ ବାହାରୁ ଆସିଥିବା ତୀର୍ଥଯାତ୍ରୀମାନେ ସମସ୍ତେ ଧାଡ଼ିରେ ମନ୍ଦିରକୁ ପ୍ରବେଶ କରିଥିଲେ।
ଆଜି ପ୍ରାୟ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସକାଳ ସାଢ଼େ ୬ରୁ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଏହା ପରେ ସାହାଣମେଲା ଦର୍ଶନ ବନ୍ଦ କରାଯାଇଥିଲା ଏବଂ ପରେ ଶ୍ରଦ୍ଧାଳୁମାନେ ଆଡ଼କାଠରୁ ଦର୍ଶନ କରିଥିଲେ।