ଆମିଷ ଦୋକାନରେ ଭିଡ଼

ପୁରୁଣା ଭୁବନେଶ୍ୱର : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ ଉଠାଇ ଦିଆଯାଇଛି। ସେହିଭଳି ହାଟ ବଜାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ଦିନ ୧୨ଟା ପର୍ଯ୍ୟନ୍ତ କିଣାବିକା ପାଇଁ ସମୟ ଧାର୍ଯ୍ୟ ହୋଇଛି। ହେଲେ ଆଜି ଜାଗମରା ଛକ, ଭୀମଟାଙ୍ଗି ଛକ, ପୁନମା ଗେଟ୍‌ ଛକ, ସାନିଟେରିୟମ୍‌ ଛକରେ ଆମିଷ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦୋକାନୀ ବି ପାଖକୁ ପାଖ ଲାଗି ପୂର୍ବ ପରି ବସିଥିଲେ। ଅମାନିଆ ଲୋକମାନେ ଘଣ୍ଟା ଘଣ୍ଟା ଧରି ଗହଳି ଜମାଇଥିଲେ। ପରସ୍ପରକୁ ସ୍ପର୍ଶ କରିବା ସହ ଜିନିଷ ନେବାକୁ ପ୍ରତିଯୋଗିତା ଚାଲିଥିଲା। ସତେ ଯେପରି କରୋନା କଟକଣାକୁ କାହାର ଖାତିର ନ ଥିଲା। ସେହିପରି ବିଭିନ୍ନ ମୁଖ୍ୟ ଛକ ମାନଙ୍କରେ ୧୨ଟା‌ ପରେ ପୁଲିସ ଉପସ୍ଥିତ ଥିବା ବେଳେ ଗଳିକନ୍ଦିରେ ଲୋକ ବୁଲୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର