ସିଆଇଏସଏଫ୍ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଭୁବନେଶ୍ବର: ଆଜି ସିଆଇଏସଏଫ୍ ପକ୍ଷରୁ ପୁରୀ-କଟକ ବାଇପାସ୍‌ ରାସ୍ତାର ଟଙ୍କପାଣିରୋଡ ଛକରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ପାଖାପାଖି ୧୫ଶହ ବସ୍ତିବାସିନ୍ଦାଙ୍କୁ ଏହି ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା। ଯବାନମାନେ ସେମାନଙ୍କ ହାତରୁ ଟଙ୍କା ଖର୍ଚ କରି ଏହି ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ସିଆଇଏସଏଫ ଯବାନମାନେ ବିମାନବନ୍ଦର କଲୋନି ଓ ଆଖପାଖ ଅଞ୍ଚଳରେ ମଧ୍ୟ ସଫେଇ କାମ କରିଥିଲେ। ଦୁଇ ଦିନ ତଳେ ସିଆଇଏସଏଫ ପକ୍ଷରୁ ଫନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର