‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୧୯ : ସିଆର୍‌ପି ଜୋନ୍‌

ୟୁନିଟ୍‌-୮ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ୟୁନିଟ୍‌-୮ ଡିଏଭି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ଅରୂପ କୁମାର ନାୟକ ପ୍ରଥମ, ସେହି ସ୍କୁଲ୍‌ର ପଞ୍ଚମ ଶ୍ରେଣୀର ଛାତ୍ରୀ ପିନାଲୀ ଦାସ ଦ୍ବିତୀୟ ଓ ଚତୁର୍ଥ ଶ୍ରେଣୀର ଛାତ୍ର ସ୍ବସ୍ତିକ ରଂଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷରରେ ୟୁନିଟ୍‌-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଷଷ୍ଠ ଶ୍ରେଣୀ ଛାତ୍ରୀ ସ୍ବର୍ଣ୍ଣପ୍ରଭା ତ୍ରିପାଠୀ ପ୍ରଥମ, ସେହି ସ୍କୁଲ୍‌ର ୭ମ ଶ୍ରେଣୀର ଛାତ୍ରୀ ଅନ୍ବେଷା ପରିଡ଼ା ଦ୍ବିତୀୟ ଏବଂ ରାଜଭବନ ସରକାରୀ ଉପ୍ରା ବିଦ୍ୟାଳୟ ସପ୍ତମ ଶ୍ରେଣୀର ଛାତ୍ରୀ ରୋଜେଶ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷାରେ ୟୁନିଟ୍‌-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଛାତ୍ର ଦୀପସୁନ୍ଦର ମହାନ୍ତି ପ୍ରଥମ, ୟୁନିଟ୍‌-୮ ଡିଏଭି ସ୍କୁଲ୍‌ର ୮ମ ଶ୍ରେଣୀର ଛାତ୍ରୀ ଦିଶାଶ୍ରୀ ସ୍ବାଇଁ ଦ୍ବିତୀୟ ଏବଂ ୟୁନିଟ୍‌-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୮ମ ଶ୍ରେଣୀ ଛାତ୍ର ଶୁଭମ ସୌମ୍ୟଜିତ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି କେନ୍ଦ୍ରରେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାର ବିଚାରକ ଭାବେ ସରୋଜ ରଥ ଓ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ। ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ବିଚାରକ ଭାବେ ନେତାଜୀ ଅଭିନନ୍ଦନ ଓ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।

ଜୟଦେବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ର ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ୫ମ ଶ୍ରେଣୀ ଛାତ୍ରୀ ଦେବାଂଶୀ ମହାନ୍ତି ପ୍ରଥମ, ୟୁନିଟ୍‌-୯ ବାଳକ ଉଚ୍ଚବିଦ୍ୟାଳୟ ୫ମ ଶ୍ରେଣୀର ଛାତ୍ର ଜିତୁ କେରେଇ ଦ୍ବିତୀୟ ଓ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲ୍‌ ୩ୟ ଶ୍ରେଣୀର ଛାତ୍ରୀ ଆରାଧ୍ୟା ମହାପାତ୍ର ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ଜୟଦେବବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୭ମ ଶ୍ରେଣୀ ଛାତ୍ରୀ ସିଲ୍‌ପା ବିଶ୍ବାଳ ପ୍ରଥମ, ସେହି ସ୍କୁଲ୍‌ର ଷଷ୍ଠ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ପଟ୍ଟନାୟକ ଦ୍ବିତୀୟ ଏବଂ ସଂପ୍ରୀତି ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷାରେ ଜୟଦେବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୯ମ ଶ୍ରେଣୀର ଛାତ୍ରୀ ସୌଜନ୍ୟା ମହାରଣା ପ୍ରଥମ, ୧୦ମ ଶ୍ରେଣୀ ଛାତ୍ରୀ ପ୍ରୀତିପଦା ସାମନ୍ତରା ଦ୍ବିତୀୟ, ୮ମ ଶ୍ରେଣୀ ଛାତ୍ର ସାଗର ବେହେରା ତୃତୀୟ ହୋଇଛନ୍ତି। ଏଠାରେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାର ବିଚାରକ ଭାବେ ସଂଗୀତା ମହାପାତ୍ର ଓ କିଶୋର ଚନ୍ଦ୍ର ରଥ ଏବଂ ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ନୀଳମଣି ଚାନ୍ଦ ଓ ସୁନନ୍ଦା ପ୍ରଧାନ ବିଚାରକ ଥିଲେ।

ସମ୍ବନ୍ଧିତ ଖବର