ଜଟଣୀ: ଜଟଣୀ ପୁସ୍ତକ ମେଳା ସମିତି ପକ୍ଷରୁ ଟାଉନ୍ ହଲ୍ଠାରେ ଚାଲିଥିବା ୨୨ତମ ପୁସ୍ତକ ମେଳାର ଆଜି ଦ୍ୱିତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା। ପ୍ରଥମେ ଜଟଣୀର ଜ୍ୟୋତି ମୂର୍ଚ୍ଛନା ଅନୁଷ୍ଠାନର କୁନି କଳାକାରମାନେ ନାଚ, ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।
ପରେ ପରେ ଭୁବନେଶ୍ବର କଳିଙ୍ଗବିହାରର ମଧୁର ଝଙ୍କାର ପକ୍ଷରୁ କଳାକାରମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଗଞ୍ଜାମର ଲୋକକଳା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲା। ଆସନ୍ତାକାଲି କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରହିଛି ବୋଲି ମେଳା ସମିତି ପକ୍ଷରୁ ସୂଚନା ଦିଆଯାଇଛି।