ଭୁବନେଶ୍ୱର: ଡୁମଡୁମା ପଞ୍ଚସଖାନଗରସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିରରେ ଅଧ୍ୟୟନରତ ଶିଶୁମାନଙ୍କ ମା’ମାନଙ୍କୁ ନେଇ ଏକ ଭିନ୍ନ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂପ୍ରତିକ ସମାଜରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ ମା’ମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ ଏହା ଏକ ସ୍ୱତନ୍ତ୍ର ପ୍ରୟାସ ବୋଲି ବିଦ୍ୟାମନ୍ଦିରର ସମ୍ପାଦକ ମତବ୍ୟକ୍ତ କରିଥିଲେ। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ମା’ମାନଙ୍କ ମଧ୍ୟରେ ଝୋଟି, ହୁଳହୁଳି, ଶଙ୍ଖନାଦ, ଚିତ୍ରାଙ୍କନ, କବିତା ଲିଖନ, ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାନର ପୂର୍ବ ସମ୍ଭାଗର ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ରଥ ଯୋଗ ଦେଇଥିଲେ।