ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ବର୍ଷରୁ ୮ ମାସ

ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର: ଏଣିକି ପ୍ରତି ସନ୍ଧ୍ୟାରେ ଏକାମ୍ର ହାଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ମିଳିବ। ଏକାମ୍ର ହାଟରେ ହସ୍ତଶିଳ୍ପ, ହସ୍ତତନ୍ତ ଓ ପାରମ୍ପରିକ କଳା ସାମଗ୍ରୀର ବିକ୍ରିବଟା ହେଉଥିବା ବେଳେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପର୍ଯ୍ୟଟକ ଓ କଳା ପ୍ରେମୀଙ୍କୁ ଏହି କଳା ହାଟ ମଧ୍ୟକୁ ଆକର୍ଷିତ କରିବା ଲକ୍ଷ୍ୟ ନେଇ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ସରକାର। ଫେବ୍ରୁଆରିରୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଜି ଲୋକସେବା ଭବନରେ ଅପରାହ୍‌ଣରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ବର୍ଷା ୪ ମାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ନାହିଁ। ଅନ୍ୟ ୮ମାସ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରି‌ପାରିବେ। ରାଜ୍ୟର ବିଭିନ୍ନ ସ୍ଥାନର ଜଣାଶୁଣା ସାସ୍କୃତିକ ଦଳ କାର୍ଯ୍ୟକ୍ରମ ଭେଟି ଦେବେ। ଏହାଦ୍ବାରା ସାଂସ୍କୃତିକ ଦଳଗୁଡ଼ିକ ବି ଆର୍ଥିକ ସ୍ତରରେ ଉପକୃତ ହେବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର